ସୁକମାରେ ମାଓବାଦୀ ଜାଳିଦେଲେ ୩ଟି ବସ୍‌ ଓ ୨ଟି ଟ୍ରକ୍ : ଜଣଙ୍କୁ ହତ୍ୟା

0
943
bus
bus

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକୁମାର କୁର୍ତି ଠାରେ ମାଓବାଦୀମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଗତକାଲି ରାତିରେ ସେହି ଅଞ୍ଚଳରେ ମାଓବାଦୀମାନେ ମୋଟ ୫ଟି ଗାଡ଼ିରେ ନିଆଁ ଲଗାଇ ଦେଇଛନ୍ତି । ଏଥିମଧ୍ୟରୁ ୩ଟି ଯାତ୍ରୀ ବାହି ବସ୍‌ ଓ ୨ଟି ଟ୍ରକ୍ ରହିଛି। ପ୍ରାୟ ୫୦ରୁ ଉର୍ଦ୍ଧ୍ୱ ସଶସ୍ତ୍ର ମାଓବାଦୀ ବସର ଯାତ୍ରୀମାନଙ୍କୁ ଗାଡ଼ିରୁ ଓହ୍ଲାଇ ଦେଇ ବସ୍‌ରେ ନିଆଁ ଲଗାଇ ଦେଇଥିଲେ। ନିଆଁ ଲଗାଇଥିବା ୩ଟି ବସ୍ ମଧ୍ୟରୁ ଗୋଟିଏ ବସ୍ ମାଲକାନଗିରିରୁ ହାଇଦ୍ରାବାଦ ଯାଉଥିଲା। ଅନ୍ୟ ୨ଟି ବସ୍ ଜଗଦଲପୁରରୁ ହାଇଦ୍ରାବାଦ ଓ ବଇଲଡିଲାରୁ ହାଇଦ୍ରାବାଦ ଯାଉଥିବାର ଜଣାଯାଇଛି। ଗତକାଲି ମାଲକାନଗିରିରୁ ହାଇଦ୍ରାବାଦକୁ ଏହି ବସଟି ନୂଆ କରି ଚାଲିଥିଲା।
ଏତଦବ୍ୟତିତ ଘଟଣାସ୍ଥଳରେ ମାଓବାଦୀ ମାନେ ବ୍ୟନର ଓ ପୋଷ୍ଟର ଲଗାଇଛନ୍ତି। ୨ ମାର୍ଚ୍ଚରେ ହୋଇଥିବା ଏନକାଉଣ୍ଟରକୁ ବିରୋଧ କରି ଏଭଳି ଘଟଣା ଘଟାଇ ଥିବା ପୋଷ୍ଟରରେ ଉଲ୍ଲେଖ ରହିଛି। ଏହା ସହ ମାଓବାଦୀ ମାନେ ଜଣକୁ ହତ୍ୟା କରିଛନ୍ତି।