ସୁକୁମା ବିସ୍ଫୋରଣ : ୭ ମାଓବାଦୀ ଗିରଫ

0
857
sukuma maoist case
sukuma maoist case
ଛତିଶଗଡ଼ :  ସୁକୁମା  ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଘଟଣାରେ  ୭ ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । କିସ୍ତାରାମ ଜଙ୍ଗଲରୁ ସମସ୍ତଙ୍କୁ  ସୁରକ୍ଷାକର୍ମୀମାନେ ଗିରଫ କରିଛନ୍ତି ।  ଛତିଶଗଡ଼ ସୁକୁମା ଜିଲ୍ଲା କିସ୍ତାରାମ ଜଙ୍ଗଲରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୯ ଜଣ ଯବାନ ଶହୀଦ ହେବା ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି । ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୭ ଜଣ ମାଓବାଦୀଙ୍କୁ ସୁରକ୍ଷାକର୍ମୀମାନେ ଗିରଫ କରିଛନ୍ତି । କିସ୍ତାରାମ ଜଙ୍ଗଲରୁ ସମସ୍ତଙ୍କୁ ଗିରଫ କରାଯାଇଛି । ଏମାନେ ବିସ୍ଫୋରଣ ଘଟଣାରେ ସାମିଲ ଥିବା ସୂଚନା ମିଳିଛି ।

ଗତ ୧୩ ତାରିଖ ଦିନ ମାଲକାନଗିରି ସୀମାକୁ ଲାଗିଥିବା ସୁକୁମା ଜିଲ୍ଲା କିସ୍ତାରାମ ଜଙ୍ଗଲରେ ମାଓବାଦୀମାନେ ବସାଇଥିଲେ ମରଣ ଯନ୍ତା । ସର୍ଚ୍ଚ ଅପରେସନ୍‌ରେ ଯାଉଥିବା ୯ ଜଣ ଯବାନ ଆଇଇଡି ଲ୍ୟାଣ୍ଡମାଇନ ବିସ୍ଫୋରଣରେ ଶହୀଦ ହୋଇଥିଲେ । ଏହା ସହିତ ଦୁଇ ଜଣ ଗୁରୁତର ହୋଇଥିଲେ । ଶହୀଦଙ୍କ ମଧ୍ୟରେ ପୁରୀ ବ୍ରହ୍ମଗିରି ରେବଣା ନୂଆଗାଁର ମନୋରଂଜନ ଲେଙ୍କା ମଧ୍ୟ ଥିଲେ । ଏହି ବର୍ବରକାଣ୍ଡ ପଛରେ ଗିରଫ ୭ ମାଓବାଦୀଙ୍କ ଭୂମିକା ଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି ।