ସୁନ୍ଦରଗଡ : ମାଓବାଦୀ-ପୋଲିସ ଗୁଳି ବିନିମୟ, ମାଓ କ୍ୟାମ୍ପ ଧ୍ୱଂସ

0
868
ସୁନ୍ଦରଗଡ଼ : ସୁନ୍ଦରଗଡରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।  ଏଥିରେ ମାଓବାଦୀଙ୍କ କ୍ୟାମ୍ପ୍ ଧ୍ୱଂସ ହେବା ନେଇ ଜଣାପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନାହି।
ସୁନ୍ଦରଗଡ ଜିଲ୍ଲା ବଣାଇ ଉପଖଣ୍ଡ ମହୁଲପଦା ଥାନା ଅନ୍ତର୍ଗତ ଲୁଙ୍ଗା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏହି ଗୁଳି ବିନିମୟ ଭିତରେ ମାଓ କମାଣ୍ଡର ଲୁଚି ପଲାଇଥିବା ସୂଚନା ମିଳିଛି। ସେଠାରେ ଏବେ ବି ସର୍ଚ୍ଚ ଅପରେସନ ଜାରି ରହିଛି।

ମିଳିଥିବା ସୂଚନା ଅନୁଯାୟୀ, ଲୁଙ୍ଗା ଜଙ୍ଗଲରେ ମାଓବାଦୀଙ୍କ କ୍ୟାମ୍ପ ଚାଲିଥିବା ନେଇ ଗତକାଲି ପୋଲିସ ଜାଣିବାକୁ ପାଇଥିଲା। ଏହା ପରେ ରାଉରକେଲା ପୋଲିସ ଡିଭିଏଫ୍ ଓ ସିଆରପିଏଫଙ୍କ ମିଳିତ ସହଯୋଗରେ ବିଳମ୍ବିତ ରାତିରେ ଚଢ଼ାଉ କରିଥିଲେ। ଦୀର୍ଘ ସମୟ ଧରି ପୋଲିସ ଓ ମାଓବାଦୀଙ୍କ ସହ ଗୁଳି ବିନିମୟ ଘଟିଥିଲା। ଏଥିରେ ମାଓବାଦୀଙ୍କ କ୍ୟାମ୍ପ୍ ଧ୍ୱଂସ ହେବା ନେଇ ଜଣାପଡ଼ିଥିବା ବେଳେ ମୃତାହତଙ୍କ ସମ୍ପର୍କରେ ସୂଚନା ମିଳିପାରିନାହି। ତେବେ ମାଓ କମାଣ୍ଡର ଘଟଣାସ୍ଥଳରୁ ଫେରାର ହୋଇଥିବା ଜଣାଯାଇଛି। ଘଟଣାସ୍ଥଳରୁ ବିପୁଳ ମାଓ ସାମଗ୍ରୀ ଜବତ ହୋଇଥିବା ବେଳେ ଆଜି ସକାଳୁ ଜଙ୍ଗଲରେ ବର୍ତ୍ତମାନ ସୁଧା ଜାରି ରହିଛି ସର୍ଚ୍ଚ ଅପରେସନ୍। ସର୍ଚ୍ଚ ବେଳେ ମହିଳାଙ୍କ ଚପଲ ପଡିଥିବା ଦେଖି କ୍ୟାମ୍ପରେ ମହିଳା ମାଓବାଦୀ ଥିବା ପୋଲିସ ଜାଣିପାରିଛି ।