ସେନାର ଅପରେସନ୍‌ରେ ୨ ଆତଙ୍କବାଦୀ ନିହତ

0
793
army
army
ଜମ୍ମୁ କାଶ୍ମୀର :

ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତୀୟ ଯବାନ ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି । ଆତଙ୍କୀଙ୍କଠାରୁ ଏକେ-୪୭ ରାଇଫଲ ସହିତ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି ।

ଜମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କୁ ସଂପୂର୍ଣ୍ଣ ମୂଳୋତ୍ପାଟନ କରିବାକୁ ଭାରତୀୟ ସେନାର ଅପରେସନ୍‌ ଅଲଆଉଟ୍‌ ଜାରି ରହିଛି । ଶୁକ୍ରବାର ବିଳମ୍ବିତ ରାତିରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଭାରତୀୟ ଯବାନ ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ କରିଛନ୍ତି ।  ସୂଚନା ଅନୁସାରେ ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ହିଜବୁଲ ମୁଜାହିଦ୍ଦିନର ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା ଭାରତୀୟ ସେନା ଜାଣିବାକୁ ପାଇଥିଲେ । ଗୁଇନ୍ଦା ବିଭାଗ ପକ୍ଷରୁ ଏ ଖବର ମିଳିବା ପରେ ୧୯-ରାଷ୍ଟ୍ରୀୟ ରାଇଫଲ, ଜମ୍ମୁ-କାଶ୍ମୀର ପୋଲିସ ଓ କେନ୍ଦ୍ରୀୟ ରିଜର୍ଭ ପୋଲିସ ମିଳିତ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ । ସମସ୍ତ ରାସ୍ତାକୁ ସେନା ବନ୍ଦ କରିଦେଇଥିଲା । ଏହି ସମୟରେ ଗୋଟିଏ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି କରିବା ଆରମ୍ଭ କରିଦେଇଥିଲେ । ଏସ୍‌ଓଜି ଯବାନଙ୍କ ପାଲଟା ଗୁଳିରେ ୨ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଛି । ଏବେ ସଂପୃକ୍ତ ଅଂଚଳରେ କମ୍ବିଂ ଅପରେସନ୍‌ ଜାରି ରହିଛି ।  ପ୍ରକାଶ ଯୋଗ୍ୟ, ଏହା ପୂର୍ବରୁ ଗୁରୁବାର ଦିନ କୁପୱାଡ଼ାରେ ସେନାର ଗୁଳିରେ ୫ ଜଣ ଆତଙ୍କାବାଦୀ ପ୍ରାଣ ହରାଇଥିଲେ । ଆତଙ୍କୀଙ୍କ ଗୁଳିରେ ମଧ୍ୟ ଭାରତୀୟ ସେନାର ୫ ଜଣ ଯବାନ ଶହୀଦ ହୋଇଛନ୍ତି ।