ସେନା କାର୍ଯ୍ୟାନୁଷ୍ଠାନ : ୫ ପାକିସ୍ତାନୀ ସୈନ୍ୟ ନିହତ

0
798
indian army
indian army

ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ସୀମାରେ ବିଭିନ୍ନ ସମୟରେ ଅସ୍ତ୍ର ବିରତି ଉଲଂଘନ କରୁଥିବା ପାକିସ୍ତାନ ସେନା ଉପରେ ଭାରି ପଡିଛି ଭାରତ । କାର୍ଯ୍ୟାନୁଷ୍ଠାନ ସ୍ୱରୂପ ୫ ଜଣ ପାକିସ୍ତାନ ସୈନ୍ୟଙ୍କୁ ନି ଭାରତୀୟ ସୈନ୍ୟ ନିହତ କରିଛନ୍ତି ।

ଭାରତୀୟ ସେନା ସୋମବାର ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭାରତୀୟ ଯବାନମାନେ ୫ଜଣ ପାକିସ୍ତାନୀ ସୈନିକଙ୍କୁ ନିହତ କରିଛନ୍ତି । ଜମ୍ମୁ କଶ୍ମୀରର ରାଜୌରୀ ଜିଲ୍ଲାରେ ଗୁଳିବିନିମୟ ବେଳେ ୫ଜଣ ପାକିସ୍ତାନୀ ସୈନିକ ନିହତ ହୋଇଥିବା ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି ।  ରାଜୌରୀ ଓ ପୁଂଛ ଅଞ୍ଚଳରେ ଗତ ୨୪ ଘଣ୍ଟା ପୂର୍ବରୁ ଗୁଳିବିନିମୟ ଜାରି ରହିଛି । ଏହାରି ମଧ୍ୟରେ ଭାରତ, ପାକିସ୍ତାନକୁ କଡ଼ା ଜବାବ ଦେଇଛି । ଦବା ଗାଁ ନିକଟରେ ପାକିସ୍ତାନୀ ସୈନିକଙ୍କୁ ନିହତ କରାଯାଇଛି । ଏହା ବ୍ୟତୀତ ପାକିସ୍ତାନର ଅନେକ ପୋଷ୍ଟରେ ଭାରତୀୟ ସେନା ପକ୍ଷରୁ ଗୁଳି କରାଯାଇଛି । ପାକିସ୍ତାନ ଏହି ଅଞ୍ଚଳରେ ଏନଏଲଆଇ ୟୁନିଟ ମୁତୟନ କରିଥିଲା ।

ସୂଚନାଯୋଗ୍ୟ ସୀମାରେ ପାକିସ୍ତାନ ନିଜର ଜିଦ ଧରି ବସିଛି । ସୀମା ମାଧ୍ୟମରେ ଆତଙ୍କବାଦୀଙ୍କୁ  ଭିତରକୁ ପ୍ରବେଶ କରାଇବା ପାଇଁ ଉଦ୍ୟମ କରୁଛି । ସେହିଭଳି ପାକିସ୍ତାନ ଭାରତକୁ କ୍ରମାଗତ ଭାବରେ ଗୁଳି କରିବାକୁ ଚାହୁଁଛି । ନିକଟରେ ଭାରତ ସରକାର କଶ୍ମୀର ସୀମାରେ ୧୪,୪୬୦ ବଙ୍କର ନିର୍ମାଣ କରିବାକୁ ମଞ୍ଜୁରୀ ଦେଇଥିଲା ।