ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷା ଆସନ୍ତାକାଲି ପ୍ରକାଶ ପାଇବ। ସୋମବାର ସକାଳ ୯ଟାରେ ବୋର୍ଡ କାର୍ଯ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ। ଛାତ୍ରଛାତ୍ରୀମାନେ ବୋର୍ଡ ଦ୍ୱାରା ଦିଆଯାଇଥିବା ୱେବ୍ସାଇଟ୍ ଲିଙ୍କ୍ www.bseodisha.nic.in ଏବଂ www.orissaresults.nic.in ମାଧ୍ୟମରେ ନିଜର ଫଳାଫଳ ଦେଖି ପାରିବେ।
ବୋର୍ଡର ସୂଚନାକ୍ରମେ, ଆସନ୍ତାକାଲି ଦିନ ୧୨ଟାରୁ ଉପରୋକ୍ତ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ହେବ । ଇଣ୍ଟରନେଟ୍ ଉପଲବ୍ଧ ନଥିବା ଅଞ୍ଚଳରେ ଛାତ୍ରଛାତ୍ରୀମାନେ ଏସଏସଏସ ଜରିଆରେ ନିଜ ରେଜଲ୍ଟ ଜାଣିପାରିବେ। ନିଜ ମୋବାଇଲ ନମ୍ବରରୁ (OR10 Space ଦେଇ Roll Number ଲେଖି ୫୬୭୬୭୫୦ କୁ ମେସେଜ ପଠାଇଦେଲେ ରେଜଲ୍ଟ ଆସିଯିବ। ସେହିଦିନ ଅପରାହ୍ଣରେ ବୋର୍ଡ ୱେବସାଇଟରେ OMR ସିଟ୍ ମଧ୍ୟ ପିଲାମାନେ ଦେଖି ପାରିବେ। ଏଥିସହ ଛାତ୍ରଛାତ୍ରୀମାନେ ଯଦି କୌଣସି ପରୀକ୍ଷା ଫଳ ତ୍ରୁଟି ବା ଅଭିଯୋଗ କରିବାକୁ ଚାହାନ୍ତି ତେବେ ସକାଳ ୧୦ଟାରୁ ୫ଟା ମଧ୍ୟରେ ହେଲ୍ପ ଲାଇନ ନମ୍ବର ୦୬୭୧-୨୪୧୨୦୫୯ ଓ ୨୪୧୨୦୬୦ରେ ଯୋଗାଯୋଗ କରିପାରିବେ।
ଉଲ୍ଲେଖଯୋଗ୍ୟ ଯେ ଚଳିତ ବର୍ଷ ଫେବୃଆରୀ ୨୮ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ୨୮୮୭ଟି କେନ୍ଦ୍ରରେ ମୋଟ ୬ଲକ୍ଷ ୮ ହଜାର ୬୫୯ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ମାର୍ଚ୍ଚ ୨୦ ତାରିଖରୁ ୬୦ଟି କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହୋଇ ଏପ୍ରିଲ ପ୍ରଥମ ସପ୍ତାହ ଯାଏ ଚାଲିଥିଲା ।