ସୋନା ମହାପାତ୍ରାଙ୍କୁ ଧମକ

0
969
sona 1
sona 1
ମୁମ୍ବାଇ :  ଗାୟିକା ସୋନା ମହାପାତ୍ରଙ୍କୁ ମଦାରିଆ ସୁଫି ଫାଉଣ୍ଡେସନ ପକ୍ଷରୁ ଧମକ ମିଳିଥିବା ନେଇ ଟ୍ୱିଟ କରି ମୁମ୍ଭାଇ ପୋଲିସକୁ ଜଣାଇଛନ୍ତି ସୋନା । ଅଭିଯୋଗ ପରେ ମୁମ୍ବାଇର ସାନ୍ତାକ୍ରୁଜ ଥାନା ପୋଲିସ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି ।
ବଲିଉଡରେ ବେଶ ନାଁ  କମାଇଥିବା ଓଡିଶାର ସୁନାମଧନ୍ୟ ଗାୟିକା ସୋନା ମହାପାତ୍ରଙ୍କୁ ଧମକ ମିଳିଛି । ମଦାରିଆ ସୁଫି ଫାଉଣ୍ଡେସନ ପକ୍ଷରୁ ଧମକ ମିଳିଥିବା ନେଇ ଟ୍ୱିଟ କରି ମୁମ୍ଭାଇ ପୋଲିସକୁ ଜଣାଇଛନ୍ତି ସୋନା । ଅଭିଯୋଗ ପରେ ମୁମ୍ବାଇର ସାନ୍ତାକ୍ରୁଜ ଥାନା ପୋଲିସ ଦ୍ୱାରା ତଦନ୍ତ ଆରମ୍ଭ ହୋଇଛି । ତେବେ ସୋନାଙ୍କର ଏକ ଭିଡିଓ ‘ତୋରି ସୁରତ’କୁ ନେଇ ଧମକ ଦିଆଯାଇଥିବା ସୂଚନା ମିଳିଛି । ଭିଡିଓରେ ଅଶ୍ଳିଳତା ଥିବା ଅଭିଯୋଗ ଆଣିଛି ମଦାରିଆ ସୁଫି ଫାଉଣ୍ଡେସନ । ଏହି ଘଟଣାକ ୁ ନେଇ ସୋନା ମୁମ୍ବାଇ ପୋଲିସକୁ ସୁରକ୍ଷା  ପାଇଁ ଦାବି କରିଛନ୍ତି । ଭିଡିଓ ଆଲବମରେ ସୋନାଙ୍କ ବେଶଭୁଶା ଅଶୋଭନୀୟ ଓ ଏହା ଇସଲାମ ବିରୋଧୀ ବୋଲି ଫାଉଣ୍ଡେସନ ପକ୍ଷରୁ ଆପତ୍ତି ଉଠାଯାଇଛି  । ଅମୀର ଖୁସ୍ରୋଙ୍କ ଦ୍ୱାରା ଲିଖିତ ଏହି ଗୀତକୁ ଗାଇବା ପାଇଁ ସୁଫି ଫାଉଣ୍ଡେସନର ଅନୁମତି ନିଆଯାଇନଥିଲା ବେଳେ ଏହାକୁ ଅଶ୍ଳୀଳ ଢଙ୍ଗରେ ସୋନା ମହାପାତ୍ର ଗାଇଛନ୍ତି ବୋଲି ଫାଉଣ୍ଡେସନ ଅଭିଯୋଗ କରିଛି । ଏହାଦ୍ୱାରା ଅଶ୍ଳିଳତା ଓ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବ ବୋଲି କୁହାଯାଇଛି  । ସୁଫି ସଂଗୀତ ପରିବେଶଣ ପାଇଁ ସ୍ବତନ୍ତ୍ର ନୀତିନିୟମ ଥିଲାବେଳେ ସୋନା ଗୀତ ଗାଇବା ସମୟରେ ଯେଉଁ ପୋଷାକ ପିନ୍ଧିଛନ୍ତି ତାହା ଆପତ୍ତିଜନକ ବୋଲି କୁହାଯାଇଛି ।  ସୋନାଙ୍କୁ ଅଭ୍ୟାସଗତ ଖିଲାପକାରୀର ଆଖ୍ୟା ମଧ୍ୟ ଦେଇଛି ମଦାରିଆ ସୁଫି ଫାଉଣ୍ଡେସନ  । ଏନେଇ ସୋନା ମୁମ୍ବାଇ ପୋଲିସକୁ ଚିଠି ଲେଖି ଅବଗତ କରିଛନ୍ତି ମାତ୍ର କୌଣସି ଏଫଆଇଆର ଦେଇନଥିବା ଜଣାପଡିଛି ।

ତେବେ ସୋନାଙ୍କ ପାଇଁ ଏହିଭଳି ବିବାଦ ନୂଆ କଥା ନୂହେଁ । ପୁର୍ବରୁ ରଙ୍ଗବତୀ ଗିତ ବୋଲି ମଧ୍ୟ ସେ ବିବାଦ ଘେରକୁ ଟାଣି ହୋଇ ଆସିଥିଲେ । ଏଥିରେ ସେ କ୍ଷମା ମାଗିବା ପରିବର୍ତ୍ତେ ରଙ୍ଗବତୀ ଗିତର ଗାୟକ ତଥା ପଦ୍ମଶ୍ରୀ  ଜିତେନ୍ଦ୍ର ହରିପାଲଙ୍କ ଭାବନାକୁ ସୋନା ମହାପାତ୍ରଙ୍କ ନାଁରେ ପଶ୍ଚିମ ଓଡିଶାରେ ବିଭିନ୍ନ ଥନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ସୋନାଙ୍କୁ ଧମକ ଦିଆଯାଇନଥିବା ନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ଅଭିଯୋଗ ପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ଜଣାପଡିଛି । କିନ୍ତୁ ସୋନା ଏନେଇ କୌଣସି ଲିଖିତ ଅଭିଯୋଗ କରିବେ ନାହିଁ ବୋଲି ଚର୍ଚ୍ଚ ହେଉଛି ।