ସୌଭାଗ୍ୟ ଯୋଜନା ପାଇଁ ୪୭ ହଜାର ଯୁବକଙ୍କୁ ଦିଆଯିବ ତାଲିମ

0
1135
dharmendra pradhan
dharmendra pradhan
ଭୁବନେଶ୍ୱର  : ପ୍ରତ୍ୟେକ ଘରକୁ ବିଜୁଳି  ପାଇଁ କେନ୍ଦ୍ରସରକାର ସୌଭାଗ୍ୟ ଯୋଜନା ଆରମ୍ଭ କରିଛନ୍ତି ।  ଏଥିପାଇଁ ଆବଶ୍ୟକ ଦକ୍ଷ ମାନବ ସମ୍ବଳ ସୃଷ୍ଟି ପାଇଁ ଓଡ଼ିଶା ସମେତ ୬ଟି ରାଜ୍ୟ ଆସାମ, ବିହାର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ୪୭ ହଜାର ଯୁବକମାନଙ୍କୁ ତାଲିମ ଦିଆଯିବାର ନିଷ୍ପତ୍ତି ନିଆଯାଇଛି ।
ଦେଶରେ ପ୍ରତ୍ୟେକ ଘରକୁ ବିଜୁଳି ସଂଯୋଗ ହେବ । ଏଥିପାଇଁ କେନ୍ଦ୍ରସରକାର ସୌଭାଗ୍ୟ ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାକୁ ଫଳପ୍ରଦ କରାଇବା ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି । ଦକ୍ଷ ମାନବ ସମ୍ବଳ ସୃଷ୍ଟି ପାଇଁ କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରଣାଳୟ ଓ ଶକ୍ତି ମନ୍ତ୍ରଣାଳୟ ହାତ ମିଳାଇଛନ୍ତି । ଓଡ଼ିଶା ସମେତ ୬ଟି ରାଜ୍ୟ ଆସାମ, ବିହାର, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ ଓ ଉତ୍ତରପ୍ରଦେଶରେ ୪୭ ହଜାର ଯୁବକମାନଙ୍କୁ ତାଲିମ ଦିଆଯିବାର ନିଷ୍ପତ୍ତି ନିଆଯାଇଛି । ଲାଇନମ୍ୟାନ ଓ ହେଲପର ପାଇଁ ପ୍ରଶିକ୍ଷଣ ଦିଆଯିବ । କେନ୍ଦ୍ର ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଶକ୍ତି ରାଷ୍ଟ୍ରମନ୍ତ୍ରୀ ରାଜକୁମାର ସିଂହ ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ଅବସରରେ ବିଜୁଳିର ଭୂମିକାକୁ ସୂଚାଇ ଦେବା ସହ ସୌଭାଗ୍ୟ ଯୋଜନାରେ ୧୬ ହଜାର କୋଟି ବ୍ୟୟ କରାଯାଉଥିବା ଦର୍ଶାଇଥିଲେ । ୨୦୦ଟି ଜିଲ୍ଲାରେ ଯୁବକମାନଙ୍କ ଦକ୍ଷତା ବିକାଶ ଉପରେ ସ୍ୱତନ୍ତ୍ର ଧ୍ୟାନ ଦିଆଯିବ ବୋଲି ମନ୍ତ୍ରୀ ପ୍ରଧାନ କହିଥିଲେ ।