ସୌମ୍ୟରଂଜନ, ଅଚ୍ୟୁତ ଓ ପ୍ରଶାନ୍ତ ରାଜ୍ୟସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚିତ

0
850
RS-polls
RS-polls
ଭୁବନେଶ୍ୱର : ରାଜ୍ୟସଭାକୁ  ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ମୁଖପାତ୍ର ପ୍ରଶାନ୍ତ ନନ୍ଦ।  ପ୍ରାର୍ଥୀ ପତ୍ର ପ୍ରତ୍ୟାହାର ଅବଧି ଶେଷ ହେବା ପରେ ଏହି ଘୋଷଣା କରାଯାଇଛି ।  ନିର୍ବାଚନ ପୂର୍ବରୁ ବିଜେଡ଼ି ପକ୍ଷରୁ ଲଢ଼ୁଥିବା ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କୁ ବିଧାନସଭା ରିଟର୍ଣ୍ଣିଂ ଅଫିସର ବିଜୟୀ ଘୋଷଣା କରିଛନ୍ତି ।

ଓଡ଼ିଶାର ଖାଲି ହେବାକୁ ଥିବା ତିନୋଟି ରାଜ୍ୟସଭା ଆସନ ପାଇଁ ବିଜେଡ଼ିରୁ ସୌମ୍ୟରଂଜନ ପଟ୍ଟନାୟକ, ଅଚ୍ୟୁତ ସାମନ୍ତ ଓ ମୁଖପାତ୍ର ପ୍ରଶାନ୍ତ ନନ୍ଦ ପ୍ରାର୍ଥୀ ପତ୍ର ଦାଖଲ କରିଥିଲ । ଏହା ସହିତ ସ୍ୱାଧୀନ ପ୍ରାର୍ଥୀଭାବେ ସମାଜସେବୀ ସୁବାଷ ମହାପାତ୍ର ମଧ୍ୟ ନାମାଙ୍କନ ଭରି ଥିଲେ । ମାତ୍ର ସୁବାଷଙ୍କ ନାମାଙ୍କନ ପତ୍ର ଖାରଜ ହୋଇଯାଇଥିଲା । ତେବେ ବିଧାନସଭାରେ ବିଜେଡ଼ିର ସଂଖ୍ୟା ଗରିଷ୍ଠତା ଏହି ନିର୍ବାଚନ ବିଜେଡ଼ି ହିଁ ଜିତିବାର ଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ଥିଲା । ତେଣୁ ଆଉ କେହି ପ୍ରତିଦ୍ୱନ୍ଦିତା କରୁ ନ ଥିବାରୁ ରିଟର୍ଣ୍ଣିଂ ଅଫିସର ରାଜେଶ ପ୍ରଭାକର ପାଟିଲ ନିର୍ବାଚନ ଫଳାଫଳ ଆଜି ଘୋଷଣା କରିଛନ୍ତି । ସୌମ୍ୟରଂଜନ ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ରିଟର୍ଣ୍ଣିଂ ଅଫିସରଙ୍କ ଠାରୁ ସାର୍ଟିଫିକେଟ୍‌ ଗ୍ରହଣ କରିଛନ୍ତି । ଅଚ୍ୟୁତ ସାମନ୍ତ ଅନୁପସ୍ଥିତ ଥିବାରୁ ସେ ସାର୍ଟିଫିକେଟ୍‌ ଗ୍ରହଣ କରି ନାହାଁନ୍ତି ।

ଏଠାରେ ଉଲ୍ଲେଖ ଯୋଗ୍ୟ, ଆସନ୍ତା ଏପ୍ରିଲ ୨ରେ ସାଂସଦ ଏଭି ସ୍ୱାମୀ, ଅନଙ୍ଗ ଉଦୟ ସିଂହଦେଓ ଓ ଦିଲ୍ଲୀପ ତୀର୍କିଙ୍କ କାର୍ୟ୍ୟ ଅବଧି ଶେଷ ହେଉଛି ।