ସଡ଼କ ଦୁର୍ଘଟଣାରେ ୩ ମୃତ

0
965
road accident
road accident

ଭୁବନେଶ୍ୱର : ରାଜଧାନୀ  ଉପକଣ୍ଠରେ  ସଡ଼କ ଦୁର୍ଘଟଣାରେ ରବିବାର ୩ଜଣଙ୍କର ମୃତ୍ୟୁ ଘଟିଛି । ଫୁଲନଖରା-ନିଆଳି ମୁଖ୍ୟରାସ୍ତାର ପଞ୍ଚବଟୀ ଓ ବ୍ରାହ୍ମଣଝରିଲୋ ଠାରେ ଦୁର୍ଘଟଣାରେ  ଜୀବନ ହରାଇଛନ୍ତି  ବିଡ଼ାନାସୀ ଥାନା ଅନ୍ତର୍ଗତ କନିକାଛକ ଅଞ୍ଚଳର ଜିସାନ ଖାନ(୨୮), ଲାଲବାଗ ଥାନା ଅନ୍ତର୍ଗତ ଶେଖବଜାରର ମରିନାଗେଶ୍ୱର ବେହେରା(୨୬) ଓ ମଙ୍ଗଳାବାଗ ଥାନା ଅଞ୍ଚଳର ଚିନ୍ମୟ ବିଶ୍ୱାଳ(୨୯) । ଏହି ଯୁବକମାନେ କଟକସଦର ଥାନା ସୀମା ପରିସରଭୁକ୍ତ ନଡ଼ିଆଗୁରୁଡ଼ିସ୍ଥିତ ୱାଟରପାର୍କ ବୁଲିସାରି ଘରକୁ ଫେରୁଥିବା ବେଳେ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲେ । ଦୁର୍ଘଟଣାସ୍ଥଳ ସୀମା ଚିହ୍ନଟକୁ ନେଇ ଦୁଇ ଥାନା ମଧ୍ୟରେ ବିବାଦ ଲାଗିଥିଲା ।

ପୋଲିସର ବିବାଦ ଯୋଗୁଁ ଘଟଣାସ୍ଥଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଲୋକ ଦୀର୍ଘସମୟ ଧରି ମୁଖ୍ୟରାସ୍ତା ଅବରୋଧ କରି ରଖିଥିଲେ । ଦୀର୍ଘ ସମୟ ଧରି ମୁଖ୍ୟରାସ୍ତାକୁ ଅବରୋଧ କରାଯିବାରୁ ଉଭୟ ପାଶ୍ୱର୍ରେ ବହୁ ସଂଖ୍ୟାରେ ଯାନବାହାନ ଅଟକି ରହିଥିଲା । ପାହାଳଫାଣ୍ଡି ପୋଲିସ ଓ କଟକ ସଦର ଥାନା ପୋଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତି ପଡ଼ିଥିଲା । ମୃତଦେହ ଗୁଡ଼ିକ ବ୍ୟବଚ୍ଛେଦ ପାଇଁ କଟକ ବଡ଼ଡାକ୍ତରଖାନା ପଠାଯାଇଛି ।