ସଡ଼କ ଦୁର୍ଘଟଣା : ୧୭ ମୃତ

0
916
accident
accident

ମୁମ୍ବାଇ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ  ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି।

ମହାରାଷ୍ଟ୍ରର ହାଇୱେର ଖଣ୍ଡଲା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୧୭ ଜଣଙ୍କ ମୃତ୍ୟୁ ଘଟିଛି। ପୁଣେ-ସତାରା ହାଇୱେରେ ଏକ ଟ୍ରକ୍ ଦ୍ରୁତ ଗତିରେ ଆସି ବାରିକେଡରେ ଚଢ଼ିଯିବାରୁ ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ଖଣ୍ଡାଲା ହସପିଟାଲରେ ଭର୍ତ୍ତି କରାଯାଇଛି । ମୃତାହତ ମାନେ ସମସ୍ତେ କର୍ଣ୍ଣାଟକ ଅଞ୍ଚଳର ବୋଲି ଜଣାପଡିଛି। ସେମାନେ କାମ କରିବା ପାଇଁ ସତାରାରୁ ପୁଣେକୁ ଯାଉଥିଲେ। ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି।