ହଟିଲେ ଶୁଭଙ୍କର ସରକାର : ୩ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ

0
860
odisha cong1
odisha cong1
ଭୁବନେଶ୍ୱର :   ଓଡ଼ିଶା କଂଗ୍ରେସ ଦାୟିତ୍ୱରୁ କେନ୍ଦ୍ରୀୟ ନେତା ଶୁଭଙ୍କର ସରକାରଙ୍କୁ ହଟାଇ ଓଡ଼ିଶା ପାଇଁ ୪ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ଅଧ୍ୟକ୍ଷ ରାହୁଲ ଗାନ୍ଧି।  ରାଜ୍ୟ କଂଗ୍ରେସର ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ପରେ  କେନ୍ଦ୍ରୀୟ ନେତା ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଶେଖ ମସ୍ତାନ ୱାଲିଙ୍କୁ  ଦାୟିତ୍ୱ ଦେଇଛନ୍ତି ।
ରାଜ୍ୟରେ କଂଗ୍ରେସ ନିଜର ଅସ୍ଥିତ୍ୱ ବଞ୍ଚାଇବାକୁ  ଏଆଇସିସି ବଡ଼ ଧରଣର ନିଷ୍ପତି ନେଇଛନ୍ତି। ଓଡ଼ିଶା କଂଗ୍ରେସ ଦାୟିତ୍ୱରୁ କେନ୍ଦ୍ରୀୟ ନେତା ଶୁଭଙ୍କର ସରକାରଙ୍କୁ ହଟାଇ ଓଡ଼ିଶା ପାଇଁ ୪ କେନ୍ଦ୍ରୀୟ ନେତାଙ୍କୁ ଦାୟିତ୍ୱ ଦେଇଛନ୍ତି ଅଧ୍ୟକ୍ଷ ରାହୁଲ ଗାନ୍ଧି। ରାଜ୍ୟ କଂଗ୍ରେସର ପ୍ରଭାରୀ ଜିତେନ୍ଦ୍ର ସିଂହଙ୍କ ପରେ ଏହା ଦଳର ବଡ଼ ପରିବର୍ତ୍ତନ।  ଓଡ଼ିଶା ପାଇଁ ୩ କେନ୍ଦ୍ରୀୟ ନେତା ରୁଦ୍ର ରାଜୁ, ଅନିଲ ଚୌଧୁରୀ, ଶେଖ ମସ୍ତାନ ୱାଲିଙ୍କୁ ଏଆଇସିସିର ସମ୍ପାଦକ ଭାବେ ଦାୟିତ୍ୱ ମିଳିଥିବା ବେଳେ ଆଦିତ୍ୟ ଶର୍ମାଙ୍କୁ ଯୁଗ୍ମ ସମ୍ପାଦକ ନିଯୁକ୍ତି ମିଳିଛି। ରୁଦ୍ର ରାଜୁ ଆନ୍ଧ୍ର ପ୍ରଦେଶର ପୂର୍ବତନ ବିଧାୟକ ରହିଥିଲା ବେଳେ ଅନିଲ ଚୌଧୁରୀ ଦିଲ୍ଲୀର ଓ ଶେଖ ମସ୍ତାନ ୱାଲି ପୂର୍ବତନ ବିଧାୟକ ଭାବେ କାର୍ଯ୍ୟ ସମ୍ପାଦନ କରିବାର କ୍ଷମତା ରଖିଛନ୍ତି। ଏହି ଚାରି ସମ୍ପାଦକଙ୍କୁ ଦାୟିତ୍ୱ ମିଳିବା ପରେ ସେମାନଙ୍କ କାର୍ଯ୍ୟ ଓଡ଼ିଶା କଂଗ୍ରେସରେ ଥିବା ଦୟନୀୟ ସ୍ଥିତିକୁ ସୁଦୃଢ କରିପାରିବ ବୋଲି ହାଇକମାଣ୍ଡ ଆଶା ରଖିଛନ୍ତି।

ସୂଚନାଯୋଗ୍ୟ, ମାର୍ଚ୍ଚ ୩୦ ତାରିଖରେ କଂଗ୍ରେସ ହାଇକମାଣ୍ଡ ରାହୁଲ ଗାନ୍ଧି ଓଡ଼ିଶାରେ କଂଗ୍ରେସର ପ୍ରଭାରୀ ଥିବା ବିକେ ହରିପ୍ରସାଦଙ୍କୁ ହଟାଇ ତାଙ୍କ ଜାଗାରେ ଜିତେନ୍ଦ୍ର ସିଂହଙ୍କୁ ନୂଆ ପିସିସି ପ୍ରଭାରୀ ନିଯୁକ୍ତ କରିଥିଲେ। କ୍ରମାଗତ ଦଳର ହାଇକମାଣ୍ଡ ଦଳରେ ପରିବର୍ତ୍ତନ କରି ଓଡ଼ିଶାରେ କଂଗ୍ରେସର ସ୍ଥିତିକୁ ସୁଧାରିବାରେ ଉଦ୍ୟମ କରିଛନ୍ତି।