ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ ଏସିଡ ଅଭିଯୁ୍କ୍ତଙ୍କ ଦଣ୍ଡ ବଢାଇବା ଉପରେ ବିଚାର କରିବା ଉପରେ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟ କହିଛି କି ପିଡିତାକୁ କ୍ଷତିପୂରଣ ଏବଂ ଚିକିତ୍ସାର ପୂରା ଖର୍ଚ୍ଚ ସରକାର ଦେଉଛନ୍ତି ଏବଂ ଏହା ତାଙ୍କ କର୍ତବ୍ୟ ମଧ୍ୟ, କିନ୍ତୁ ୮-୧୦ ଲକ୍ଷ ଟଙ୍କା ଦେଲେ ପିଡିତାଙ୍କ କଷ୍ଟ ଦୂର ହେବ ନାହିଁ । ପିଡିତାଙ୍କୁ ଚାକିରୀ ଦେଇ ତାଙ୍କ ନୂତନଭାବେ ସ୍ଥାୟୀ କରାଯିବା ଦରକାର । ହାଇକୋର୍ଟ ପଞ୍ଜାବ , ହରିଆଣା ଓ ଚଣ୍ଡିଗଡରେ ହୋଇଥିବା ବର୍ତମାନ ପର୍ଯ୍ୟନ୍ତ ଏସିଡି ଆକ୍ରମଣର ସବୁ ମାମଲାର ସୂଚନା ମାଗିଛନ୍ତି, ଏଥିପାଇଁ କି ଯଦି ପୁଣି ଏହି ଘଟଣା ଉପରେ ଆଦୋ ଜାରୀ କରିବା ପାଇଁ ।
ହାଇକୋର୍ଟ କହିଛି କି ଯେବେ ବି ଏସିଡି ପିଡିତାଙ୍କ ପୂର୍ବ ଓ ପର ଫଟୋ ଦେଖନ୍ତି ସେତେବେଳେ ମନ ବିଚଳିତି ହୋଇଯାଏ । ଏହି ଫୋଟ ଦେଖିଲେ ଅଶ୍ଚର୍ଯ୍ୟ ଲାଗେ କି ଜଣେ ଏପରି କଠୋର ହୃଦୟର କିପରି ହୋଇପାରେ । ଏହା ତ ହତ୍ୟା ଠାରୁ ମଧ୍ୟ ବଡ ଅପରାଧ ଅଟେ । ହତ୍ୟାରେ ତ ଗୋଟେ ଥରରେ ଜଣଙ୍କର ମୃତ୍ୟୁ ହୋଇଥାଏ । ହେଲେ ଏସିଡି ପିଡିତାଙ୍କୁ ପ୍ରତିଦିନ ମୃତ୍ୟୁ ସମାନ କଷ୍ଟ ମିଳିଥାଏ । ହାଇକୋର୍ଟ କହିଛି କି ଲ’ କମିଶନଙ୍କୁ ବିଦେଶୀ ନିୟମ ଅନୁସାରେ ଏହିଭଳି ଅପରାଧିମାନଙ୍କୁ ସର୍ବସାଧାରଣରେ ଦଣ୍ଡ ଦେବାର ନିୟମ ରହବା କଥା । ଏଭଳି କଲେ ଅପରାଧିମାନେ ଏଭଳି କାମ କରିବା ପୂର୍ବରୁ ହଜାର ଥର ଚିନ୍ତା କରିବ । ଅପରାଧିମାନଙ୍କୁ ଜାମିନ୍ କିମ୍ବା ଅନ୍ୟ କୌଣସୀ ପ୍ରକାର କୋହଳ ଦଣ୍ଡବିଧାନ ଦିଆଯିବ ନାହିଁ ।