ଗଂଜାମ : ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ । ହତ୍ୟା ଯୋଜନାକୁ ସଫଳ କରିବା ପୂର୍ବରୁ ପଣ୍ଡ କରିଛି ଆସିକା ପୋଲିସ । ଏହି ଘଟଣାରେ କୋଦଳାର ମୋଷ୍ଟୱେଣ୍ଟେଡ୍ କାଳିଆ ସମେତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି ।
ଆସିକାରେ ତିନି ଜଣଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ହୋଇଥିଲା ବ୍ଲୁ ପ୍ରିଣ୍ଟ । ଟାର୍ଗେଟ୍ରେ ଥିଲେ ଦୁଇ ଜଣ ମଦ ବ୍ୟବସାୟୀ ।ଏହି ଘଟଣାରେ କୋଦଳାର ମୋଷ୍ଟୱେଣ୍ଟେଡ୍ କାଳିଆ ସମେତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । କିନ୍ତୁ ହତ୍ୟା ଯୋଜନାକୁ ସଫଳ କରିବା ପୂର୍ବରୁ ଭଣ୍ଡୁର କରିଛି ଆସିକା ପୋଲିସ । କୋଦଳାର ମୋଷ୍ଟୱେଣ୍ଟେଡ୍ କାଳିଆ ସମେତ ୧୧ ଜଣଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ତିନି ଜଣ ନାବାଳକ ରହିଛନ୍ତି । ଏହା ସହିତ ସେମାନଙ୍କଠାରୁ ବିପୁଳ ପରିମାଣରେ ମାରଣାସ୍ତ୍ର ଜବତ କରାଯାଇଥିବା ଗଂଜାମ ଅତିରିକ୍ତ ଏସ୍ପି ଅଜୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି ।
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମଦବ୍ୟବସାୟୀ ଭଗବାନ ସାହୁ ଓ ରବିନାରାୟଣ ଦୋରାଙ୍କ ସମେତ ତିନି ଜଣଙ୍କୁ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଥିଲା । ହତ୍ୟା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେ ଗଞ୍ଜାମ ଏସପିଙ୍କ ନେତୃତ୍ୱରେ ଗଠନ ହୋଇଥିଲା ସ୍ୱତନ୍ତ୍ର ଟିମ୍ । ଟିମ୍ରେ ଥିଲେ ଆସିକା ଏସଡିପିଓ ସୁବାଷ ଚନ୍ଦ୍ର ପଣ୍ଡା ଓ ଥାନା ଅଧିକାରୀ ସନ୍ତୋଷ ଜେନା । ଶେଷରେ ମୂଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ସମସ୍ତ ୧୧ ଜର ଯୋଜନାକାରୀଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଗିରଫଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଛନ୍ତି । ସେମାନଙ୍କଠାରୁ ୮ଟି ଗୁଳି, ୩ଟି ବୋମା, ୩ଟି ବନ୍ଧୁକ ୧୭ଟି ମୋବାଇଲ ଓ ଦୁଇଟି ଚୋରା ମୋଟରସାଇକେଲ ଜବତ କରାଯାଇଛି ।