ହରିୟାଣାରେ ମଧ୍ୟ ବଳାତ୍କାରୀଙ୍କୁ ଫାଶି

0
883
cm khattar
cm khattar

ନୂଆଦିଲ୍ଲୀ :   ହରିୟାଣାରେ  ବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କର।ଯିବ । ଏହି ବିଲ୍ ଗୁରୁବାର ବିଧାନସଭାରେ ପାସ୍ ହୋଇଛି। ମଧ୍ୟ ପ୍ରଦେଶ ଓ ରାଜସ୍ଥାନ ପରେ ହରିୟାଣାରେ  ଏହି ଦଣ୍ଡରେ ଦଣ୍ଡିତ କରିବାର ବିଲ୍ ବିଧାନସଭାରେ ପାରିତ ହୋଇଛି।

ହରିୟାଣାରେ ମଧ୍ୟ ୧୨ ବର୍ଷରୁ କମ ବୟସର ବାଳିକା ସହିତ ବଳାତ୍କାର ମାମଲାରେ ଦୋଷୀଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିବାର ବିଲ୍ ବିଧାନସଭାରେ ପାରିତ ହୋଇଛି।  ଉଲ୍ଲେଖଯୋଗ୍ୟ ନିକଟ ଦିନରେ ହରିୟାଣାରେ ଶିଶୁଙ୍କୁ ବଳାତ୍କାର ଓ ନୃସଂଶ ହତ୍ୟାର ଅନେକ ମାମଲା ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଚାରିଆଡୁ ସମାଲୋଚନାର ଶୀକାର ହେବାକୁ ପଡିଥିଲା।   ଚଳିତ ବର୍ଷ ଜାନୁଆରୀରେ ପାଞ୍ଚ ଦିନର ବ୍ୟବଧାନରେ ସାତ ଜଣ ଶିଶୁଙ୍କୁ ସହ ବଳାତ୍କାର ପରେ ରାଜ୍ୟରେ ମହିଳା ଓ ବାଳିକାଙ୍କ ସୁରକ୍ଷାକୁ ନେଇ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା।  ସେହି ସମୟରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର କହିଥିଲେ ଯେ ରାଜ୍ୟ ସରକାର ବିଧାନସଭା ଅଧିବେଶନ ସମୟରେ କଠୋର କାନୁନ ଆଣିବେ ଏବଂ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ ହେଲେ ଦୃଢ଼ କାର୍ୟ୍ୟାନୁଷ୍ଠାନ ନିଆଯିବ।  ନ୍ୟାସନାଲ କ୍ରାଇମ ରେକର୍ଡ୍ସ ବ୍ୟୁରୋର ସୂଚନା ମୁତାବକ ମଧ୍ୟ ପ୍ରଦେଶରେ ବଳାତ୍କାର ମାମଲା ସବୁଠୁ ଅଧିକ।