ହାତୀଙ୍କ ଉତ୍ପାତ : ଭୟରେ ଗ୍ରାମବାସୀ

0
1027
hati
hati

ମୟୁରଭଞ୍ଜ: ହାତୀ ପଲଙ୍କ ଉପଦ୍ରବକୁ ନେଇ ମୟୁରଭଞ୍ଜ ଜିଲ୍ଲାରେ ଭୟର ବାତାବରଣ ସୃଷ୍ଟି ହୋଇଛି । ହାତୀ ପଲ ଜନ ବସତି ଅଂଚଳକୁ ପଶି ଘରଦ୍ୱାର ଭାଙ୍ଗିବା ସହ ଲୋକଙ୍କୁ ଆକ୍ରମଣ କରୁଥିବାରୁ ସାଧାରଣ ଜନତାଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଶନିବାର ରାତିରେ ବିଜାତଳା ବ୍ଲକ୍‌ ଅନ୍ତର୍ଗତ ଖେଜୁରି ଓ କାଦୁଆଣି ଗ୍ରାମରେ ୨୨ ସରିକି ହାତୀ ପଶି ଉତ୍ପାତ କରିଛନ୍ତି। ହାତୀମାନେ ଖେଜୁରି ଗାଁ’ରେ ୩ ଜଣଙ୍କ ଘର ଏବଂ ପ୍ରାଇମେରି ସ୍କୁଲ୍‌ ଘର ଭାଙ୍ଗିଛନ୍ତି। କାଦୁଆଣି ଗ୍ରାମରେ ପଶି ଉକ୍ତ ହାତୀମାନେ ୯ ଜଣଙ୍କର ଘର ଭାଙ୍ଗିଛନ୍ତି।

ghara1

ଧାନ ଚାଉଳ ଆଦି ଖାଇବାକୁ ହାତୀମାନେ ଘର ଭାଙ୍ଗୁଥିବା ଜଣାପଡ଼ିଛି। ଖଜୁରିଆ ପ୍ରାଇମେରି ସ୍କୁଲ୍‌ ଘର ଭାଙ୍ଗି ହାତୀ ମଧ୍ୟାହ୍ନ ଭୋଜନ ନିମନ୍ତେ ଗଚ୍ଛିତ ଥିବା ଚାଉଳ ଖାଇ ଯାଇଥିବା ଅଭିଯୋଗ ହୋଇଛି। ଖବର ପାଇ ରାଇରଙ୍ଗପୁର ବନ ବିଭାଗ ଅଧିକାରୀମାନେ ଆସି କ୍ଷତିଗ୍ରସ୍ତ ଗାଁ’ରେ ପହଞ୍ଚିଛନ୍ତି। ହାତୀ ଉତ୍ପାତ ପୀଡ଼ିତମାନଙ୍କୁ କ୍ଷତି ପୂରଣ ଦିଆଯିବ ବୋଲି ସେମାନେ ପ୍ରତିଶ୍ରୁତି ଦେଇଛନ୍ତି।