ହାତୀ ଆକ୍ରମଣ :୨ ମୃତ

0
827
elephant
elephant
ସମ୍ବଲପୁର : ହାତୀ ଆକ୍ରମଣରେ ରେଢାଖୋଲ ଅଂଚଳରେ ମୋଚିବାହାଲ ଗାଁର ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ମୋଚିବାହାଲ  ରେଞ୍ଜ ଅନ୍ତର୍ଗତ  ମାକଡକେନ୍ଦା ଗାଁର ସେବତୀ ଭୋଇ ଏବଂ  ଶମ୍ଭୁ  ଭୋଇ । ଏହା ସହିତ ଦୁଇଟି ଘର ମଧ୍ୟ ହାତୀ ଭାଙ୍ଗି ଦେଇଛି ।
କିଛିଦିନ ହେବ ରେଢାଖୋଲ ଅଂଚଳରେ ହାତୀଙ୍କ ଉପଦ୍ରବ ଦେଖାଦେଇଥିବାବେଳେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ହାତୀ ଆକ୍ରମଣରେ ମୋଚିବାହାଲ ଗାଁର ଦୁଇଜଣଙ୍କର ମୃତ୍ୟୁ ହୋଇଛି । ମୃତକମାନେ ହେଲେ ମୋଚିବାହାଲ  ରେଞ୍ଜ ଅନ୍ତର୍ଗତ  ମାକଡକେନ୍ଦା ଗାଁର ସେବତୀ ଭୋଇ ଏବଂ  ଶମ୍ଭୁ  ଭୋଇ । ଏହା ସହିତ ଦୁଇଟି ଘର ମଧ୍ୟ ହାତୀ ଭାଙ୍ଗି ଦେଇଛି ।  ଗତକାଲି ରାତିରେ ଶୋଇଥିବାବେଳେ ଘରେ ପଶି ହାତୀ ଆକ୍ରମଣ କରିଥିଲା । ହାତୀ ଆକ୍ରମଣରେ ସେବତୀ ଭୋଈଙ୍କର ଶରୀର ଦୁଇଖଣ୍ଡ ହୋଇ ପଡିଥିବାବେଳେ ଶମ୍ଭୂ ଭୋଇଙ୍କୁ ଦଳି ଦେଇଥିଲା । ଫଳରେ ସେମାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ହାତୀଦଳ ଏଣେତେଣେ ବୁଲୁଥିବା ଦେଖି ସ୍ଥାନୀୟ ଅଂଚଳରେ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି । ରାତିରେ ଲୋକମାନେ ଅନିଦ୍ରା ରହୁଥିବା ପ୍ରକାଶ କରିଛନ୍ତି । ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳରେ ପହିଂଚି ହାତୀ ଘଉଡାଇବାକୁ ଉଦ୍ୟମ ଜାରି ରଖିଥିବା ଦେଖାଯାଇଛି ।

ଅନ୍ୟପକ୍ଷରେ ବାରିପଦା ଜିଲ୍ଲା ବେତନଟୀ ରେଂଜରେ ଗୋଟିଏ ହାତୀର ମୃତଦେହ ଠାବ ହୋଇଛି । ହାତୀର ବୟସ ୫ ବର୍ଷ ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ବନବିଭାଗ କର୍ମଚାରୀମାନେ ପହଂଚି ବ୍ୟବଚ୍ଛେଦ କରିବା ପରେ ହାତୀର ମରଶରୀରକୁ ପୋତା ଯିବାର ସୂଚନା ଦେଇଛନ୍ତି । ଝାଡଖଣ୍ଡରୁ ପ୍ରାୟ ୪୦ରୁ ଅଧିକ ହାତୀ ଓଡିଶା ଅଭିମୁଖେ ଆସି ଭାଗ ଭାଗ ହୋଇ ରାଜ୍ୟର ବିଭିନ୍ନ ସ୍ଥାନକୁ ଚାଲି ଯାଇଥିବା ବନବିଭାଗ ସୂଚନା ଦେଇଛି ।