ହିମାଚଳ ପ୍ରଦେଶ: ଘାଟିରୁ ଖସିଲା ସ୍କୁଲ ବସ୍, ୩୦ ମୃତ

0
852
bus falled
bus falled

ସିମଲା :    ହିମାଚଳ ପ୍ରଦେଶର କାଙ୍ଗଡ଼ା ଜିଲ୍ଲାରେ ଏକ ସ୍କୁଲ ବସ ଘାଟିରୁ ୨୦୦ ମିଟର ତଳକୁ ଖସି ଯିବାରୁ ୩୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨୭ ସ୍କୁଲ ଛାତ୍ର-ଛାତ୍ରୀ ସାମିଲ ଅଛନ୍ତି। ଏହି ହୃଦୟ ବିଦାରକ ସଡ଼କ ଦୁର୍ଘଟଣାରେ  ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣା କାଙ୍ଗଡା ଜିଲ୍ଲାର ନୂରପୁର ନିକଟ ଚେଲି ଗାଁରେ ଘଟିଛି। ଅଧିକାଂଶ ସ୍କୁଲ ଛାତ୍ର ଏହି ବସରେ ଯାତ୍ରା କରୁଥିଲେ। ସୋମବାର ସନ୍ଧ୍ୟା ପ୍ରାୟ ସାଢେ ୪ଟାରେ ଏହି ଭୀଷଣ ଦୁର୍ଘଟଣା ଘଟିଛି। 

ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଆହତ ଶିଶୁଙ୍କୁ ନିକଟତମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଏହି ଘଟଣାରେ ଗଭୀର ଶୋକ ପ୍ରକଟ କରିବା ସହିତ ବିଚାର ବିଭାଗୀୟ ତଦନ୍ତର ଆଦେଶ ଦେଇଛନ୍ତି। ଏହା ସହିତ ଦୁର୍ଘଟଣାରେ  ମୃତ୍ୟୁ ଘଟିଥିବା ମୃତକଙ୍କ ପରିଜନଙ୍କୁ ୫ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି।  ଘଟଣାପରେ  ଉଦ୍ଧାର କାର୍ୟ୍ୟ ଦ୍ରୁତ ଗତିରେ ଜାରି ରହିଛି।  ଘଟଣାସ୍ଥଳରେ  ଏନଡିଆରଏଫ ଦଳ ଉଦ୍ଧାରକାର୍ୟ୍ୟରେ ଜୁଟିଛନ୍ତି। ସୂଚନା ମୁତାବକ ବଜିର ରାମ ସିଂହ ପଠାନିଆ ମେମୋରିଆଲ ସ୍କୁଲର ବସ ଚେଲି ଗାଁ ନିକଟରେ ୨୦୦ ମିଟର ଗଭୀର ଖାଇରେ ଖସି ପଡିଛି।

ସୂତ୍ର ମୁତାବକ କିଛି ଶିଶୁ ଏବେ ମଧ୍ୟ ବସରେ ଫସି ରହିଛନ୍ତି।  ନୂରପୁରରୁ ଏନଡିଆରଏଫ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି। କରିଛନ୍ତି। ସୂଚନା ମୁତାବକ ଏହି ଦୁର୍ଘଟଣା ପ୍ରାୟ ସାଢେ ୪ଟାରେ ହୋଇଛି।  ଛୁଟି ହେବା ପରେ ବସ ଶିଶୁଙ୍କୁ ଘରକୁ ଛାଡିବାକୁ ଯାଉଥିଲା। ପ୍ରାରମ୍ଭିକ ଯାଞ୍ଚରେ ଜଣା ପଡିଛି ଯେ  ଚାଳକ ନିୟନ୍ତ୍ରଣ ହରାଇବାରୁ ବସ ୨୦୦ ମିଟର ତଳକୁ ଖସି ପଡିଥିଲା।  କଙ୍ଗଡା ପୋଲିସ ଅଧୀକ୍ଷକ  ସନ୍ତୋଷ ପଟିଆଲା  କହିଛନ୍ତି  ଘଟଣା ଜିଲ୍ଲା ମୁଖ୍ୟାଳୟଠୁ ପ୍ରାୟ ୮୦ କିମି ଦୂରରେ ଘଟିଛି।  ବସରୁ ଶିଶୁଙ୍କ ଶବକୁ ବାହାର କରାଯାଇଛି।  ବସରେ ମୋଟ୍ ୩୯ ଶିଶୁ ଥିଲେ।  ଘଟଣାସ୍ଥଳରେ ଏନଡିଆରଏଫ ଉଦ୍ଧାରକାର୍ୟ୍ୟ ଜାରି ରଖିଛନ୍ତି।  ନୂରପୁର ବିଧାୟକ ରାକେଶ ପଠାନିଆ, ଏସଡିଏମ ଆବିଦ ହୁସୈନ ସାଦିକ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଡିସି ସନ୍ଦୀପ କୁମାର ଓ କାଙ୍ଗଡା ଏସପି ସନ୍ତୋଷ ପଟିଆଲା ହସ୍ପିଟାଲ ପହଞ୍ଚି ପୁରା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି।