ହୀରାକୁଦରେ ପର୍ଯ୍ୟଟନ ବିକାଶ ହେବ

0
861
hirakud dam tourism
hirakud dam tourism
ସମ୍ବଲପୁର : ହୀରାକୁଦରେ ପର୍ଯ୍ୟଟନ ବିକାଶ ହେବ  । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ହୀରାକୁଦକୁ ପର୍ଯ୍ୟଟକଙ୍କୁ ଆକର୍ଷିତ ପାଇଁ ଏବେ ୭ କୋଟି ଟଙ୍କାର ପ୍ରକଳ୍ପ ପ୍ରସ୍ତାବନା ପ୍ରସ୍ତୁତ କରାଯାଇଥିବା ଜଣାଯାଇଛି । ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାମ ଆରମ୍ଭ ହେବ ।

ଜଳଭଣ୍ଡାରର ହୀରାକୁଦ ଗାନ୍ଧୀ ମୀନାରରୁ ଜବାହାର ଉଦ୍ୟାନକୁ ରୋପୱେ ସଂଯୋଗ, ବୁର୍ଲା ପାଶ୍ୱର୍ରେ ଥିବା ଜବାହାର ମୀନାରରେ ନେଚର୍ସ ଟ୍ରାଏଲ ଓ ଉତ୍ତମ ପାର୍କିଂ ପାଇଁ ବ୍ୟବସ୍ଥା ସ୍ଥଳ ନିର୍ମାଣ ଦିଗରେ ପ୍ରକଳ୍ପ ପ୍ରସ୍ତୁତ ହୋଇଛି । ଜବାହାର ମୀନାର ନିକଟରେ ଜଳଭଣ୍ଡାର ସଂଲଗ୍ନ ଝାଙ୍କରାଣୀ ଦେବୀ ମନ୍ଦିର ନିକଟରେ ପର୍ଯ୍ୟଟକଙ୍କ ନିମନ୍ତେ ସୌନ୍ଦର୍ଯ୍ୟକରଣ କରାଯିବ । ଚଳିତ ଆର୍ଥିକ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ କାମ ଆରମ୍ଭ ହେବ ।

ଜାନୁଆରୀ  ୧୩ ୧୯୫୭ରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାର ଲାଲ ନେହେରୁ ହୀରାକୁଦ ବନ୍ଧର ନିର୍ମାଣ କରିଥିଲେ । ବିଦ୍ୟୁତ ଉତ୍ପାଦନ, ବନ୍ୟା ନିୟନ୍ତ୍ରଣ, ପାନୀୟ ଜଳ ଯୋଗାଣ ତଥା ଜଳସେଚନ ଲୋକାର୍ପଣ ବର୍ଷରୁ ଆରମ୍ଭ ହୋଇଥିବାବେଳେ ଏହାକୁ ପର୍ଯ୍ୟଟନ ଦୃଷ୍ଟିରୁ ବିକାଶ କାମ ଅର୍ଦ୍ଦ ଶତାବ୍ଦୀ ଧରି ଅଟକି ରହିଛି । ପର୍ଯ୍ୟଟକମାନେ କର୍ଣ୍ଣାଟକର ପ୍ରସିଦ୍ଧ ବୃନ୍ଦାବନ ଗାର୍ଡ଼େନ ସହ ହୀରାକୁଦକୁ ତୁଳନା କରି ହତାସା ହେଉଥିବାବେଳେ ଏବେ ଗତ ମଙ୍ଗଳବାର ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ୭କୋଟି ଟଙ୍କାର ପର୍ଯ୍ୟଟନ ଯୋଜନା ପ୍ରସ୍ତୁତ ହୋଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି ।