ମୁଖ୍ୟମନ୍ତ୍ରୀ ହୀରାକୁଦ ଓ ଇବ୍ ନଦୀ ଉପରେ ନିର୍ମିତ ସେତୁକୁ ଉଦଘାଟନ କରିଛନ୍ତି । ଏହି ୨.୫ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ସେତୁ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୧୧୭ କୋଟି ୫୦ ଲକ୍ଷ ଟଙ୍କା । ଏହି ପୋଲ ନିର୍ମାଣ ହେବା ଦ୍ୱାରା ସମ୍ବଲପୁର ଓ ଝାରସୁଗଡ଼ା ମଧ୍ୟରେ ସିଧାସଳଖ ଯୋଗାଯୋଗ ହୋଇପାରିବ । ଏହା ସହିତ ବ୍ରଜରାଚନଗର, ବେଲପାହାଡ଼ ଏପରିକି ଛତିଶଗଡ଼, ରାୟଗଡ଼ା, ରାୟପୁର ମଧ୍ୟରେ ଦୂରତା ମଧ୍ୟ କମିଯିବ । ଏହି ଅବସରରେ ଆୟୋଜିତ ଏକ ସାଧାରଣ ସଭାରେ ଯୋଗ ଦେଇ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ଅନ୍ତର୍ଭୁକ୍ତ ହିତାଧୀକାରୀଙ୍କୁ ଉପକରଣ ଆବଣ୍ଟନ କରିଥିଲେ । ୧୨୦୦ ଜଣଙ୍କୁ ସାଇକେଲ, ୭୯୭ ଜଣଙ୍କୁ ଶିକ୍ଷା ସହାୟତା, ୨୭ ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା, ୧୦୬ ଜଣଙ୍କୁ ବିବାହ ସହାୟତା ପ୍ରଦାନ କରିବା ସହିତ ବିଜୁ ପକ୍କା ଘର ଠିକ ସମୟରେ ନିର୍ମାଣ ଶେଷ କରିଥିବାରୁ ୧୧୨୦ ଜଣଙ୍କୁ ୨୦ ହଜାର ଲେଖାଏଁ ଅର୍ଥରାଶି ବଣ୍ଟନ କରିଛନ୍ତି ।
ସମ୍ବଲପୁର ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ଆଇଆଇଏମର ଦ୍ୱିତୀୟ ସମାବର୍ତନ ଉତ୍ସବରେ ଯୋଗ ଦେଇଥିଲେ । ଏହା ସହିତ ଆଇଆଇଏମ୍କୁ ୨୩ କୋଟି ଟଙ୍କାର ପ୍ରକଳ୍ପ ପାଇଁ ଅନୁଦାନ ଘୋଷଣା କରିଛନ୍ତି ।