ବାରିପଦା: ପ୍ରତିରକ୍ଷା ବିଭାଗର ଏକ ହେଲିକ୍ୟାପ୍ଟର ଦୁର୍ଘଟଣାଗସ୍ତ ହୋଇଛି । ପାଇଲଟ ଆହତ ହୋଇଥିବା ବେଳେଦୁର୍ଘଟଣାର କାରଣ ଜଣାପଡି ନାହିଁ ।
ଆଜି ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ସିରସା ନିକଟସ୍ଥ ସୁବର୍ଣ୍ଣରେଖା ନଦୀ କୂଳରେ ପ୍ରତିରକ୍ଷା ବିଭାଗର ଏକ ହେଲିକ୍ୟାପ୍ଟର ଦୁର୍ଘଟଣାଗସ୍ତ ହୋଇ ତଳକୁ ଖସିପଡ଼ିଛି। ହେଲିକ୍ୟାପ୍ଟରଟି ବାଙ୍ଗିରିପୋଷି ଠାରେ ଥିବା ପ୍ରତିରକ୍ଷା ବିଭାଗର ବେଶ୍ କ୍ୟାମ୍ପରୁ ଉଡ଼ାଣ ଭରିବାର ଅଳ୍ପ ସମୟ ପରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପାଇଲଟ ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତି କରିଥିବା ଜଣାପଡିଛି।