ହୋଟେଲରୁ ପଶ୍ଚିମବଙ୍ଗ ମନ୍ତ୍ରୀଙ୍କ ଭାଇଙ୍କ ମୃତଦେହ ଉଦ୍ଧାର

0
880
hotel
hotel
ଭୁବନେଶ୍ୱର :  ପଶ୍ଚିମବଙ୍ଗ ରାଜ୍ୟର ଜଣେ ମନ୍ତ୍ରୀଙ୍କ ଭାଇଙ୍କ   ମୃତ ଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ ବରି ଇଣ୍ଟରନ୍ୟାସିନାଲ୍ ହୋଟେଲରୁ ସୋମବାର ଜଣଙ୍କ ମୃତ ଦେହ ଉଦ୍ଧାର ହୋଇଛି ।  ମୃତକ ଗୋପାଳ ଦାସଗୁପ୍ତା ଓ ସେ ପଶ୍ଚିମବଙ୍ଗ ରାଜ୍ୟର ଜଣେ ମନ୍ତ୍ରୀଙ୍କ ଭାଇ ବୋଲି ସୂଚନା ମିଳିଛି। ଗୋପାଳ ହୋଟେଲରେ ରୁମ ଲକ୍ କରି ରହୁଥିବା ସଂପୃକ୍ତ ହୋଟେଲ କର୍ତ୍ତୃପକ୍ଷ କହିଥିବା ବେଳେ ଏଯାବତ ଅନ୍ୟାନ୍ୟ କୌଣସି ସୂଚନା ମିଳିପାରିନାହିଁ । ଖବର ପାଇ ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଞ୍ଚି ମୃତ ଦେହକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।