ୟୁପିଏସସି ଫଳାଫଳ: ହାଇଦ୍ରାବାଦର ଅନୁଦୀପ ଟପ୍ପର, ୪୬ତମ ସ୍ଥାନରେ ଓଡ଼ିଶା’ର ଶୁଭଙ୍କର ମହାପାତ୍ର

0
925
ias topper anudip
ias topper anudip
ନୂଆଦିଲ୍ଲୀ : ଭାରତୀୟ ପ୍ରଶାସନିକ ସେବା (ୟୁପିଏସସି)ରେ ହାଇଦ୍ରାବାଦର ଅନୁଦୀପ ଦୁରୀସେଟ୍ଟୀ ଟପ୍ପର ହୋଇଛନ୍ତି। ଦ୍ଵିତୀୟରେ ଅଛନ୍ତି ଅନୁ କୁମାରୀ ଏବଂ ତୃତୀୟରେ ଅଛନ୍ତି ସଚିନ ଗୁପ୍ତା।ଏହି ପରୀକ୍ଷାରେ ସମୁଦାୟ ୯୯୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ତାଲିକାର ୪୬ତମ ସ୍ଥାନରେ ଓଡ଼ିଶା’ର ଶୁଭଙ୍କର ମହାପାତ୍ର ଅଛନ୍ତି। ସେହିପରି ସୁମୀତ ପଣ୍ଡା ୨୫୧ ସ୍ଥାନରେ, ବବିତାରାଣୀ ସ୍ୱାଇଁ ୪୦୧ ସ୍ଥାନରେ, ୪୫୨ ତମ ସ୍ଥାନରେ ଅଛନ୍ତି ।
ଭାରତୀୟ ପ୍ରଶାସନିକ ସେବା (ୟୁପିଏସସି) ୨୦୧୭ର ଫଳାଫଳ ପ୍ରକାଶ ପାଇଛି।   ୨୦୧୭ ୟୁପିଏସସିରେ ୯୯୦ ପରୀକ୍ଷାର୍ଥୀ କୃତକାର୍ୟ୍ୟ ହୋଇଛନ୍ତି। ଉତ୍ତୀର୍ଣ୍ଣ ହୋଇଥିବା ୯୯୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୭୬ ପରୀକ୍ଷାର୍ଥୀ ସାଧାରଣ ବର୍ଗର ହୋଇଥିବା ବେଳେ ୨୭୫ ଜଣ ପଛୁଆ ବର୍ଗ(ଓବିସି), ୧୬୫ ଜଣ ଏସସି ଓ ୭୪ ପରୀକ୍ଷାର୍ଥୀ ସନୁସୂଚିତ ଜନଜାତି( ଏସଟି) ବର୍ଗର।  ପରୀକ୍ଷାରେ ଟପ୍ପର କରିଥିବା ଦୁରୀସେଟ୍ଟୀ ଅନୁଦୀପ ପୂର୍ବରୁ ଗୁଗୁଲରେ କାମ କରି ସାରିଛନ୍ତି। ସେ ୨୦୧୧ରେ ବିଟ୍ସ ପିଲାନୀରୁ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଥିଲେ।  ୨୦୧୩ରେ ୟୁପିଏସସିର ପରୀକ୍ଷାରେ  ଅନୁଦୀପଙ୍କ ରାଙ୍କ ୭୯୦ ଥିଲା। ଉଲ୍ଲେଖଯୋଗ୍ୟ ୟୁପିଏସସିର ମେନ ପରୀକ୍ଷା ୨୦୧୭ ଅକ୍ଟୋବରରେ ହୋଇଥିଲା।  ଟପ୍ ୨୦ରେ ୧୮ ଜଣ ପୁରୁଷ ଓ ୭ ଜଣ ମହିଳା ଅଛନ୍ତି। ସଫଳ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୯ ଜଣ ଦିବ୍ୟାଙ୍ଗ ମଧ୍ୟ ଅଛନ୍ତି। ୧୩୨ ଜଣ ଅନ୍ୟ ପରୀକ୍ଷାର୍ଥୀଙ୍କୁ ପ୍ରତୀକ୍ଷା ତାଲିକାରେ ରଖାଯାଇଛି।  ୨୦୧୭ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ଲିଖିତ ପରୀକ୍ଷାର ଫଳାଫଳ ଜାନୁଆରୀ ୨୦୧୮ରେ ଘୋଷଣା କରାଯାଇଥିଲା।  ଏହା ପରେ ଫେବୃଆରୀ-ଏପ୍ରିଲରେ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ନିଆଯାଇଥିଲା। ଆଇଏଏସ ପାଇଁ ୧୮୦, ଆଇଏଫଏସ ପାଇଁ ୪୨ ଓ ଆଇପିଏସ ପାଇଁ ୧୫୦ ଜଣଙ୍କୁ ଚୟନ କରାଯାଇଛି। ଏହା ବ୍ୟତୀତ କେନ୍ଦ୍ରୀୟ ସେବାରେ ଗ୍ରୁପ ଏ ପାଇଁ ୫୬୫ ଓ ଗ୍ରୁପ ବି ପାଇଁ ୧୨୧ ଜଣଙ୍କୁ ମନୋନୀତ କରାଯାଇଛି।  ୯୯୦ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବା ବେଳେ ତାଲିକାର ୪୬ତମ ସ୍ଥାନରେ ଓଡ଼ିଶା’ର ଶୁଭଙ୍କର ମହାପାତ୍ର ଅଛନ୍ତି। ସେହିପରି ସୁମୀତ ପଣ୍ଡା ୨୫୧ ସ୍ଥାନରେ, ବବିତାରାଣୀ ସ୍ୱାଇଁ ୪୦୧ ସ୍ଥାନରେ, ୪୫୨ ତମ ସ୍ଥାନରେ ଆଦିତ୍ୟ ତ୍ରିପାଠୀ, ହୃଦୟ କୁମାର ଦାସ ୬୮୦, ସମୀର କୁମାର ଜେନା ୬୮୪, ଆଶିଷ କୁମାର ସାହୁ ୭୧୯, ସମୀର କୁମାର ଜେନା ୬୮୪ ଆଶିଷ କୁମାର ସାହୁ ୭୧୯, ମନୋରଞ୍ଜନ ବେହେରା ୮୨୬, ଯଶୋଧାର ଦାସ ୮୯୪, ଶିବୁ ପ୍ରସାଦ ମିଶ୍ର ୯୦୬ ତମ ସ୍ଥାନରେ ଥିବାବେଳେ ସୁଧାଂଶୁ ନାୟକ ୯୩୧ ତମ ସ୍ଥାନରେ ଅଛନ୍ତି ।
୨୦୧୭ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ଲିଖିତ ପରୀକ୍ଷାର ଫଳାଫଳ ଜାନୁଆରୀ ୨୦୧୮ରେ ଘୋଷଣା କରାଯାଇଥିଲା।  ଏହା ପରେ ଫେବୃଆରୀ-ଏପ୍ରିଲରେ ପରୀକ୍ଷାର୍ଥୀଙ୍କ ସାକ୍ଷାତକାର ନିଆଯାଇଥିଲା। ଆଇଏଏସ ପାଇଁ ୧୮୦, ଆଇଏଫଏସ ପାଇଁ ୪୨ ଓ ଆଇପିଏସ ପାଇଁ ୧୫୦ ଜଣଙ୍କୁ ଚୟନ କରାଯାଇଛି। ଏହା ବ୍ୟତୀତ କେନ୍ଦ୍ରୀୟ ସେବାରେ ଗ୍ରୁପ ଏ ପାଇଁ ୫୬୫ ଓ ଗ୍ରୁପ ବି ପାଇଁ ୧୨୧ ଜଣଙ୍କୁ ମନୋନୀତ କରାଯାଇଛି।