୧୦୦୦ ତୀର୍ଥଯାତ୍ରୀ ଗଲେ ଶିରିଡ଼ି : ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

0
878
titrha yatri
titrha yatri

ଭୁୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନନ୍ସିଂ ମାଧ୍ୟମରେ ୬ଷ୍ଠ ପର୍ଯ୍ୟାୟରେ ତୀର୍ଥ ଯାତ୍ରା ଅଭିଯାନକୁ ଶୁଭାରମ୍ଭ କରିଛନ୍ତି ।  ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ସମ୍ବଲପୁରରୁ ସୋମବାର ୧୦୦୦ ତୀର୍ଥ ଯାତ୍ରୀ ମହାରାଷ୍ଟ୍ରର ଶିରିଡ଼ି ଅଭିମୁଖେ ବାହାରିଛନ୍ତି ।

ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନନ୍ସିଂ ମାଧ୍ୟମରେ ୬ଷ୍ଠ ପର୍ଯ୍ୟାୟରେ ତୀର୍ଥ ଯାତ୍ରା ଅଭିଯାନକୁ ଶୁଭାରମ୍ଭ କରିଛନ୍ତି । ଏହି ତୀର୍ଥ ଯାତ୍ରୀମାନେ ଶିରିଡ଼ି ବ୍ୟତୀତ ନାସିକ ଓ ତ୍ରୟେମ୍ବକେଶ୍ୱର ଯାତ୍ରା କରିବେ । ଏପର୍ଯ୍ୟନ୍ତ ଓଡ଼ିଆ ତୀର୍ଥ ଯାତ୍ରୀମାନେ ୬ ଥର ଦେଶର ବିଭିନ୍ନ ଧାର୍ମିକ ପୀଠକୁ ଯାଇଛନ୍ତି । ପାଖାପାଖି ୬୦୦୦ ବରିଷ୍ଠ ନାଗରିକ ଏଥିରେ ଯାତ୍ରା କରିଛନ୍ତି ।  ସୂଚନାଯୋଗ୍ୟ ୨୦୧୬-୧୭ରେ ସମୁଦାୟ ୨୯୩୧ ଜଣ ତୀର୍ଥ ଯାତ୍ରୀ ରାମେଶ୍ୱର, ମଦୁରାଇ, ଆହ୍ଲାବାଦ, ବାରଣାସୀ, ଋଷିକେଶ ଓ ହରିଦ୍ୱାର ଯାତ୍ରା କରିଥିଲେ । ସେହିଭଳି ୨୦୧୭-୧୮ରେ ମୋଟ ୩୦୦୨ ଜଣ ତୀର୍ଥ ଯାତ୍ରୀ ଆଜମେର, ପୁସ୍କର, ତିରୁପତି, ଭେଲୋର, ଶିରିଡି, ନାସିକ ଓ ତ୍ରୟେମ୍ବକେଶ୍ୱର ବୁଲିଥିଲେ ।