୧୦ କୋଟି ପରିବାରକୁ ୫ଲକ୍ଷ ପର୍ଯ୍ୟନ୍ତ ମିଳିବ ସ୍ୱାସ୍ଥ୍ୟ ବୀମା

0
802
modi1
modi1

ନୂଆଦିଲ୍ଲୀ : ଦେଶର ୧୦ କୋଟି ପରିବାରକୁ ମିଳିବ ୫ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା  ସୁବିଧା ।  ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ‘ଆୟୁଷ୍ମାନ ଭାରତ  ଯୋଜନାକୁ ମଞ୍ଜୁରୀ ଦେଇଛି। ଏହି ଯୋଜନାରେ ଯେଉଁମାନଙ୍କୁ ସାମିଲ କରାଯିବ ସେମାନଙ୍କୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ। 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମହତକାଂକ୍ଷୀ ଯୋଜନା ‘ଆୟୁଷ୍ମାନ ଭାରତ’ ମାଧ୍ୟମରେ ଦେଶର ୧୦ କୋଟି ପରିବାରକୁ ୫ଲକ୍ଷ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା  ସୁବିଧା ଦେବାକୁ ବୁଧବାର କେନ୍ଦ୍ର କ୍ୟାବିନେଟ୍‌ ମଞ୍ଜୁରୀ ଦେଇଛି। ଗତ ସାଧାରଣ ବଜେଟରେ ଏହି ଯୋଜନାକୁ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଥିଲେ। ଏହି ଯୋଜନାକୁ ମୋଦି କେୟାର ମଧ୍ୟ କୁହାଯାଉଛି।  କ୍ୟାବିନେଟ୍‌ ଜାତୀୟ ସ୍ୱାସ୍ଥ୍ୟ ମିଶନ ଜାରି ରଖିବାକୁ ସହମତି ଦେଇଛନ୍ତି। ୨୦୨୦ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି ଯୋଜନା ଚାଲିବ ଓ କେନ୍ଦ୍ର ସରକାର ଏଥି ପାଇଁ ୮୫, ୨୧୭ କୋଟି ଟଙ୍କା ଖର୍ଚ୍ଚ କରିବେ। କ୍ୟାବିନେଟ୍‌ ବୈଠକରେ ରେଗୁଲେସନ ବିଲରେ ସଂଶୋଧନକୁ ମଧ୍ୟ ମଞ୍ଜୁରୀ ମିଳିଛି। ଆୟୁଷ୍ମାନ ଭାରତକୁ ନଜର ରଖିବା ପାଇଁ ଏକ ଅଥରଟି ଗଠନ କରାଯିବାକୁ ପ୍ରସ୍ତାବ ରଖାଯାଇଛି। କେନ୍ଦ୍ର ସରକାର ଏହି ଯୋଜନାରେ ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଖର୍ଚ୍ଚ କରିବ। 

ଆୟୁଷ୍ମାନ ଯୋଜନାରେ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ସ୍ୱାସ୍ଥ୍ୟ ବୀମା ସୁବିଧା ମିଳିବ। ଏଥିରେ ପରିବାର ସଦସ୍ୟ ସଂଖ୍ୟା ନିୟନ୍ତ୍ରଣ କରାଯାଇ ନାହିଁ। ଏହି ଯୋଜାନରେ କେଉଁ ପରିବାରକୁ ସାମିଲ କରାଯିବ, ଏହା ଆର୍ଥିକ ପରିସ୍ଥିତି ନେଇ ବିଚାର କରାଯିବ। ଏହି ଯୋଜନାରେ ଯେଉଁମାନଙ୍କୁ ସାମିଲ କରାଯିବ ସେମାନଙ୍କୁ ସରକାରୀ ଓ ଘରୋଇ ହସ୍ପିଟାଲରେ ଚିକିତ୍ସା ସୁବିଧା ମିଳିବ। ଯେଉଁମାନେ ଏହି ସୁବିଧ ପାଇବେ ସେମାନେ ଦେଶର କୌଣସି ବି ହସ୍ପିଟାଲରେ ଚିକିତ୍ସିତ ହୋଇ ପାରିବେ।