୧୨ରେ ଉପବାସ ରଖିବେ ପ୍ରଧାନମନ୍ତ୍ରୀ ମୋଦୀ

0
835
modi
modi

ନୂଆଦିଲ୍ଲୀ :  ବଜେଟ୍ ଅଧିବେଶନ ବିନା କାମରେ ହଟ୍ଟଗୋଳରେ ଧୋଇ ଯିବା ବିରୋଧରେ ଏପ୍ରିଲ ୧୨ରେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଉପବାସ କରିବେ।

ଦଳିତଙ୍କ ଉପରେ ଅତ୍ୟାଚାରକୁ ନେଇ ବିଜେପି ବିରୋଧରେ ଗତକାଲି ଉପବାସ କରିବା ପରେ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ଓ  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା ଏପ୍ରିଲ ୧୨ରେ ଗୋଟିଏ ଦିନ ଉପବାସରେ ରହିବେ। ବଜେଟ୍ ଅଧିବେଶନ ବିନା କାମରେ ହଟ୍ଟଗୋଳରେ ଧୋଇ ଯିବା ବିରୋଧରେ ମୋଦୀ ଓ ଶାହା ଏହି ଉପବାସ କରିବେ। ଉଭୟଙ୍କ ସହିତ ସମସ୍ତ ବିଜେପି ସାଂସଦ ମଧ୍ୟ ଉପବାସ କରିବେ।

ସୂତ୍ର ମୁତାବକ ଉପବାସରେ ରହିବା ସମୟରେ ପିଏମ ମୋଦୀ ଅଧିକାରୀଙ୍କୁ ଏବଂ ଲୋକଙ୍କୁ ଭେଟିବା ତଥା ଫାଇଲକୁ ମଞ୍ଜୁରୀ ଦେବା ଆଦି ନିଜର ନିୟମିତ ସରକାରୀ କାମରେ କୌଣସି ପରିବର୍ତ୍ତନ କରିବେ ନାହିଁ। ଉଲ୍ଲେଖଯୋଗ୍ୟ ରାହୁଲ ଗାନ୍ଧୀ ବିଜେପି ସରକାର ଉପରେ ଦଳିତ ଓ ଅଳ୍ପସଂଖ୍ୟକ ବିରୋଧୀ ହେବା ଅଭିଯୋଗ କରି ସୋମବାର ଉପବାସ ରଖିଥିଲା।

ବିଜେପିର ସମସ୍ତ ସାଂସଦ ଏପ୍ରିଲ ୧୨ରେ  ନିଜ ନିଜର ସଂସଦୀୟ କ୍ଷେତ୍ରରେ ଉପବାସ କରିବେ। ପାର୍ଟି ଅଧ୍ୟକ୍ଷ ଅମିତ୍ ଶାହା ସେହି ଦିନ କର୍ଣ୍ଣାଟକର ହୁବଲିରେ ଧାରଣା ଦେବେ। ଏଠାରେ କହି ରଖୁଛୁ ଯେ ମେ ୧୨ରେ କର୍ଣ୍ଣାଟକର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଅପର ପକ୍ଷେ ଏପ୍ରିଲ ୬ରେ ସଂସଦର ବଜେଟ ଅଧିବେଶନକୁ ଅନିର୍ଦ୍ଧିଷ୍ଟ କାଳ ପର୍ୟ୍ୟନ୍ତ ମୁଲତବୀ  ଘୋଷଣା କରାଯାଇଥିଲା। ୨୦୦୦ ପରଠୁ ଏପର୍ୟ୍ୟନ୍ତ  କାମ କରିବା ଦୃଷ୍ଟିରୁ ଏହି ଅଧିବେଶନ ସବୁଠୁ ଖରାପ ସାବ୍ୟସ୍ତ ହୋଇଛି। ଅଧିବେଶନ ସଂପୂର୍ଣ୍ଣ ଭାବେ ହଟ୍ଟଗୋଳରେ ଧୋଇ ହୋଇ ଯାଇଥିଲା। କ୍ଷମତାଧାରୀ ବିଜେପି ଓ ବିରୋଧୀ କଂଗ୍ରେସ ଉଭୟ ଗୃହରେ ଗତିରୋଧ ପାଇଁ ପରସ୍ପର ଉପରେ ଦୋଷାରୋପ କରିଥିଲେ।