୧୨ରେ ବିଜେପୁର ଯିବେ ନବୀନ

0
843
naveen patnaik png
naveen patnaik png

ଭୁବନେଶ୍ୱର : ଆସନ୍ତା ୧୨ ତାରିଖରେ ବିଜେପୁର ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସୂଚନା ଦେଇଛନ୍ତି ବିଜେପୁର ବିଧାୟିକା ରୀତା ସାହୁ। ବିଜେପୁରବାସୀ ବିଜେଡିକୁ ବୃହତ ବ୍ୟବଧାନରେ ବିଜୟ କରାଇଥିବାରୁ କୃତଜ୍ଞତା ଜଣାଇବା ଲାଗି ମୁଖ୍ୟମନ୍ତ୍ରୀ ଯାଉଥିବା ରୀତା କହିଛନ୍ତି। ନିର୍ବାଚନମଣ୍ଡଳୀର ସବୁ ପଞ୍ଚାୟତର ନେତା, କର୍ମୀ ଓ ସାଧାରଣ ଲୋକେ ଏହି ଅବସରରେ ଏକାଠି ହେବ ବୋଲି ସେ କହିଛନ୍ତି। ବିଜେପୁର ପାଇଁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତି କିଭଳି ପାଳନ ହେବ ସେନେଇ ମଧ୍ୟ ମତ ରଖିବେ ନବୀନ।