୧୨ ଗଣମାଧ୍ୟମ ସଂସ୍ଥା ଗଣିବେ ୧୦ ଲକ୍ଷ ଲେଖାଏଁ ଜରିମାନା

0
986
kathua victim
kathua victim

ନୂଆଦିଲ୍ଲୀ: କାଠୁଆ ଗଣଦୁଷ୍କର୍ମ  ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବାରୁ ୧୨ ଗଣମାଧ୍ୟମ ସଂସ୍ଥା ଗଣିବେ ୧୦ ଲକ୍ଷ ଲେଖାଏଁ ଜରିମାନା । ଏହି ଅର୍ଥ ଜମ୍ମୁ କାଶ୍ମୀର ପୀଡ଼ିତା ଭରଣା ପାଣ୍ଠିରେ ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ତଣ୍ଡ ଗଣିବେ  ଗଣମାଧ୍ୟମ ସଂସ୍ଥାର ମାଲିକ। ବହୁଚର୍ଚ୍ଚିତ ଜମ୍ମୁ କାଶ୍ମୀରର କାଠୁଆ ଗଣଦୁଷ୍କର୍ମ ହତ୍ୟା ଘଟଣାର ୮ ବର୍ଷର ପୀଡ଼ିତାଙ୍କ ପରିଚୟ ପ୍ରଘଟ କରିଥିବାରୁ ୧୨ଟି ଗଣମାଧ୍ୟମ ସଂସ୍ଥାକୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଁଏ ଜରିମାନା ଦାଖଲ କରିବାକୁ  ଦିଲ୍ଲୀ ହାଇକୋର୍ଟ ନୋଟିସ ଜାରି କରିଛନ୍ତି। ତେବେ ୧୨ଟି ସଂସ୍ଥାରୁ ଗତକାଲି ୯ଟି ସଂସ୍ଥା ପକ୍ଷରୁ ଓକିଲ କୋର୍ଟରେ ହାଜର ହୋଇଥିବା ବେଳେ ସମ୍ପୃକ୍ତ ସଂସ୍ଥା ପକ୍ଷରୁ କ୍ଷମା ମଗାଯାଇଛି।  ଏହି ଅର୍ଥ ଜମ୍ମୁ କାଶ୍ମୀର ପୀଡ଼ିତା ଭରଣା ପାଣ୍ଠିରେ  ପୈଠ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଗୀତା ମିତ୍ତଲ ଓ ବିଚାରପତି ହରିଶଙ୍କର ଖଣ୍ଡପୀଠରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ତେବେ ନୋଟିସ ଜାରି ହୋଇଥିବା ସଂସ୍ଥା ପକ୍ଷରୁ ହାଜର ହୋଇଥିବା ଓକିଲ ମଧ୍ୟ ପକ୍ଷ ରଖିଥିଲେ। ସେମାନେ କହିଥିଲେ ଯେ, ଆଇନ ବିଷୟରେ ଅଜ୍ଞ ଥିବା ଏବଂ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିବାରୁ ପରିଚୟ ପ୍ରକାଶ କରାଯାଇଥିଲା। କୋର୍ଟଙ୍କ କହିବା ଅନୁଯାୟୀ, ସେକ୍ସନ-୨୩ ଏବଂ ପୋକ୍ସୋ ଆଇନ୍ ଅନୁଯାୟୀ କୌଣସି ନିର୍ଯାତନା ମାମଲାରେ ସେମାନଙ୍କ ପରିଚୟ ପ୍ରକାଶ କରିବା ବେଆଇନ୍।  ଏଥିପାଇଁ ଭାରତୀୟ ପିଙ୍ଗଳଧାରା ୨୨୮ଏ ଅନୁଯାୟୀ ୨ ବର୍ଷର ଦଣ୍ଡ ବ୍ୟବସ୍ଥା ରହିଛି। ତେଣୁ ସେ ଦୃଷ୍ଟିରୁ ସମ୍ପୃକ୍ତ ପୀଡ଼ିତାଙ୍କ ନାଁ  ଓ ଫଟୋ ପ୍ରକାଶ କରାଯିବା ବେଆ‌ଇନ ବୋଲି କୋର୍ଟ କହିଛନ୍ତି।