୧୩ ଯାଏଁ ରାଜ୍ୟରେ କାଳବୈଶାଖୀ ଆଶଙ୍କା

0
943
thunder storm..
thunder storm..
ଭୁବନେଶ୍ୱର  : ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବିଭିନ୍ନ ସ୍ଥାନରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଝାଡ଼ଖଣ୍ଡ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବରେ କାଳ ବୈଶାଖୀ ହେଉଛି ।
ରାଜ୍ୟର ବିଭିନ୍ନ ଅଂଚଳରେ କାଳ ବୈଶାଖୀ ବର୍ଷା ସାଙ୍ଗକୁ ୩୫ରୁ ୪୦ କିମି ବେଗରେ ପବନ ପ୍ରବାହିତ ହୋଇଛି । ଆଜି ଠାରୁ ଉତ୍ତର ଓଡ଼ିଶାରେ କାଳବୈଶାଖୀର ଆଶଙ୍କା ସୃଷ୍ଟି ହୋଇଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ଭଦ୍ରକ, ଅନୁଗୁଳ, ଯାଜପୁର ଜିଲ୍ଲାର କେତେକ ସ୍ଥାନରେ ବର୍ଷା ସହ ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସୂଚନା ଅନୁସାରେ ଆସନ୍ତାକାଲି ଠାରୁ ସାରା ଓଡ଼ିଶାରେ ବର୍ଷାର ପରିମାଣ ବଢିବ । ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହେବ । ତେବେ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ରାୟଗଡ଼ା, କନ୍ଧମାଳ, ସୁନ୍ଦରଗଡ଼, ଅନୁଗୁଳ, ଦେବଗଡ଼, ଢେଙ୍କାନାଳ ଜିଲ୍ଲାରେ ବର୍ଷା ବଢିବ । ପାଗ କୋହଲା ରହିବ । ୧୩  ତାରିଖ ଯାଏଁ କାଳ ବୈଶାଖୀର ପ୍ରଭାବ ରହିପାରେ ବୋଲି ଅନୁମାନ କରାଯାଉଛି । ଝାଡ଼ଖଣ୍ଡ ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବରେ କାଳ ବୈଶାଖୀ ହେଉଛି ।