୧୫ ଜିଲ୍ଲାରେ କାଳବୈଶାଖୀ : କୁଆପଥର ମାଡ ସମ୍ଭାବନା

0
831
thunderstorm
thunderstorm
ଭୁବନେଶ୍ୱର : ଓଡ଼ିଶାର  ୧୫ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ କୁଆପଥର ମାଡ ସହ ପ୍ରବଳ ଝଡ ବର୍ଷାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି।ବର୍ଷା ବେଳେ ୫୦ରୁ ୬୦ କିଲୋମିଟରେ ବେଗରେ ପବନ ବହିବ। ଏହି ସମୟରେ ଘରୁ ନବାହାରିବାକୁ ଲୋକଙ୍କୁ ସତର୍କ ପରାମର୍ଶ ଦିଆଯାଇଛି।
ରବିବାର ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି। ଏହାସହ କୁଆପଥର ମାଡ ସହ ପ୍ରବଳ ଝଡ ବର୍ଷାର ସମ୍ଭାବନା ଥିବାରୁ ୧୫ଟି ଜିଲ୍ଲାରେ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହି ସବୁ ଜିଲ୍ଲା ଗୁଡିକ ହେଲା କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଖୋର୍ଦ୍ଧା, କଟକ, ଜଗତସିଂହପୁର, ପୁରୀ, ଗଞ୍ଜାମ, ଗଜପତି, ଅନୁଗୁଳ,ରାୟଗଡା, କନ୍ଧମାଳ ଓ ଢେଙ୍କାନାଳ। ବର୍ଷା ବେଳେ ୫୦ରୁ ୬୦ କିଲୋମିଟରେ ବେଗରେ ପବନ ବହିବ। ଏହି ସମୟରେ ଘରୁ ନବାହାରିବାକୁ ଲୋକଙ୍କୁ ସତର୍କ ପରାମର୍ଶ ଦିଆଯାଇଛି।