କଟକ : ଆସନ୍ତା ୧୬ ସୁଦ୍ଧା ଖୋଲଯିବ ଜଗମୋହନ । ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୯ରେ ହେବ।
ଏପ୍ରିଲ ୧୬ ସୁଦ୍ଧା ଶ୍ରୀମନ୍ଦିର ଜଗମୋହନ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ହାଇକୋର୍ଟରେ ଶ୍ରୀମନ୍ଦିର ନୀତି ପ୍ରଶାସକ ପ୍ରଦୀପ ଦାସ ମଙ୍ଗଳବାର ବ୍ୟକ୍ତିଗତ ଭାବେ ହାଜର ହେବା ପରେ ମାମଲାର ଶୁଣାଣି ହୋଇଥିଲା । ପ୍ରଦୀପଙ୍କ ପକ୍ଷ ଶୁଣିବା ପରେ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ବିନୀତ ଶରଣଙ୍କ ଗଠିତ ଖଣ୍ଡପୀଠରେ ରାୟ ଶୁଣାଇ କହିଥିଲେ ଯେ ଆସନ୍ତା ୧୬ରେ ଜଗମୋହନ ଖୋଲଯିବ। ଏହାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୯ରେ ହେବ।
ପୂର୍ବରୁ ଅଗଷ୍ଟ ୧ ଯାଏଁ ମରାମତି ଦୃଷ୍ଟି କୋଣରୁ ଜଗମୋହନ ନଖୋଲିବାକୁ ଶ୍ରୀମନ୍ଦିର ପ୍ରଶାସନ ହାଇକୋର୍ଟରେ ଅପିଲ କରିଥିଲା। ତେବେ ଏହାକୁ ହାଇକୋର୍ଟ ମନା କରି ଦେଇଥିଲେ। ଏଥିସହ ଆଜି ଅପରାହ୍ଣରେ ମନ୍ଦିର ନୀତି ପ୍ରଶାସକଙ୍କୁ ବ୍ୟକ୍ତିଗତ ହାଜର ପାଇଁ କହିଥିଲେ । ଆଜି ବ୍ୟକ୍ତିଗତ ଭାବେ ୨ଟାରେ ନୀତି ପ୍ରଶାସକ ପ୍ରଦୀପ ଦାସ ହାଜର ହେବା ପରେ ବିଚାର ବିଭାଗୀୟ ଶୁଣାଣି କରିଥିଲେ। ଆସନ୍ତା ୧୬ ତାରିଖ ସୁଦ୍ଧା ଜଗମୋହନ ଖୋଲିବା ନେଇ ନିର୍ଦ୍ଦେଶ ଦେଇଥିଲେ। ଜଗମୋହନ ଖୋଲିଯିବା ପରେ ଶ୍ରୀମନ୍ଦିର ପ୍ରଶାସନ ଏ ସଂକ୍ରାନ୍ତରେ ହାଇକୋର୍ଟକୁ ଜଣାଇବେ। ଜଣାଇବା ପରେ ୧୯ରେ ପରବର୍ତ୍ତୀ ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି । ଏହା ବ୍ୟତିତ ଗର୍ଭଗୃହ ମଧ୍ୟକୁ ସର୍ବସାଧାରଣଙ୍କ ପ୍ରବେଶ ନିଷେଧ ରଖାଯାଇଛି। ସେବା ସହିତ ଜଡ଼ିତ ସେବାୟତ ହିଁ କେବଳ ଗର୍ଭ ଗୃହ ମଧ୍ୟକୁ ଯାଇପାରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ ।