୧୭ଟି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମଞ୍ଜୁରୀ, ଓଡ଼ିଆ ନାମ ଫଳକ ବାଧ୍ୟତାମୂଳକ

0
883
AP-Padhi
AP-Padhi
ଭୁବନେଶ୍ୱର :ଏଣିକି ପ୍ରତି ଦୋକାନ, ପ୍ରତିଷ୍ଠାନ ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। ରାଜ୍ୟରେ ୮ ହଜାର ବିଜୁ ଯୁବ ବାହିନୀ ଗଠନ ହେବ।  ବୁଧବାର ସଂଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ ଏହି  ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି କ୍ୟାବିନେଟ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲଗାଇଛି ରାଜ୍ୟ କ୍ୟାବିନେଟ। ଏଣିକି ପ୍ରତି ଦୋକାନ, ପ୍ରତିଷ୍ଠାନ ନାମ ଫଳକ ଓଡ଼ିଆରେ ଲେଖିବା ବାଧ୍ୟତାମୂଳକ କରାଯାଇଛି। ଓଡ଼ିଆରେ ଫଳକ ନ ଲେଖିଲେ ଦୋକାନୀମାନେ ତଣ୍ଡ ଗଣିବେ ବୋଲି ବିଚାରକୁ ନିଆଯାଇଛି। ନିଷ୍ପତି ଅନୁଯାୟୀ, ଦୋକାନୀ ଜଣକ ପ୍ରଥମ ଥର ଧରାପଡ଼ିଲେ ୧ ହଜାରରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରାଯିବ। ଦ୍ୱିତୀୟ ଥର ଧରାପଡ଼ଲେ ସଂପୃକ୍ତ ଦୋକାନୀ ଠାରୁ ଆଦାୟ କରାଯିବ ୫ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା।   ଏହାବ୍ୟତିତ ବାଚସ୍ପତି, ଉପବାଚସ୍ପତି ଓ ମନ୍ତ୍ରୀଙ୍କ ଦୈନିକ ଭତ୍ତାକୁ ବୃଦ୍ଧି କରାଯାଇଛି। ଦୈନିକ ଭତ୍ତା ୧୫୦ ଟଙ୍କାରୁ ୮୦୦ ଟଙ୍କାକୁ ବଢାଇବାକୁ କ୍ୟାବିନେଟରେ ନିଷ୍ପତି ନିଆଯାଇଛି। ଏଥିସହ ରାଜ୍ୟରେ ୮ ହଜାର ବିଜୁ ଯୁବ ବାହିନୀ ଗଠନ ହେବ। ୬୮୦୦ ଗ୍ରାମ ପଞ୍ଚାୟତ ଓ ୧୧୩ ସଦରାଞ୍ଚଳରେ ଏହି ବିଜୁ ବାହିନୀ ଗଠନ ହେବ। ଏହାକୁ ବାଦ ଦେଲେ ମହାନଦୀରେ ଆଉ ଏକ ସେତୁ ନିର୍ମାଣ ପାଇଁ କ୍ୟାବିନେଟ ମଞ୍ଜୁରୀ ମିଳିଛି। ବଡମ୍ବା ସିଂହନାଥ ପୀଠରୁ ବୈଦେଶ୍ୱରକୁ ସେତୁ ସଂଯୋଗ କରିବ। ଏହି ତିନି କିଲୋମିଟର ୧୩୯ ମିଟର ସେତୁ ପାଇଁ ୧୧୦ କୋଟି ଖଚ୍ଚ ଅଟକଳକୁ କ୍ୟାବିନେଟ ମୋହର ମାରିଛି।

ସେହିପରି ଖାଦ୍ୟ ସାମଗ୍ରୀ ବଣ୍ଟନକାରୀ ପ୍ରାୟ ୭ ହଜାର ରିଟେଲରଙ୍କ ଅବଧିକୁ ୧ ବର୍ଷ ବୃଦ୍ଧି କରାଯାଇଛି। ଓଡିଆ ଭାଷାରେ କାମ କଲେ ପୁରସ୍କାର ନ କଲେ ଦଣ୍ଡ ମିଳିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି। ତେବେ ବିଧାନସଭାରେ ଏ ନେଇ ଏକ ବିଲ୍ ଆସିବ। ପାରିତ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ। ରାଜ୍ୟରେ କାର୍ଯ୍ୟରତ ୧୭ଶହ ଜିପିଟିଏଙ୍କୁ ନିୟମିତ କରାଯିବ।