୧୭ରେ ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି

0
883
President-Ramn
President-Ramn

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଚଳିତ ମାସ ୧୭ ତାରିଖରେ ଆସୁଛନ୍ତି ଦେଶର ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ଗ୍ରସ୍ତରେ ଆସି ଶ୍ରୀ କୋବିନ୍ଦ କଟକ ସ୍ଥିତ ବିଜୁ ମ୍ୟୁଜିୟମ ଆନନ୍ଦ ଭବନ ସଂଗ୍ରହାଳୟକୁ ଉଦଘାଟନ କରିବେ। ରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ନେଇ ଓଡ଼ିଶା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅପରପକ୍ଷରେ ଶ୍ରୀ କୋବିନ୍ଦଙ୍କ ଗସ୍ତ ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ପ୍ରସ୍ତୁତି ବୈଠକ ଶେଷ ହୋଇଛି। ଏହି ବୈଠକରେ ସୁରକ୍ଷା ଓ ସ୍ୱଚ୍ଛତା ନେଇ ଆଲୋଚନା ହୋଇଥିଲା।

ଏଠାରେ ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଫେବୃୟାରୀ ୨୪ ତାରିଖରେ ଦିଲ୍ଲୀ ଗ୍ରସ୍ତରେ ଯାଇ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ୍ କରିଥିଲେ । ରାଷ୍ଟ୍ରପ୍ରତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ଭେଟିବା ସହ ତାଙ୍କୁ କଟକ ସ୍ଥିତ ବିଜୁ ମ୍ୟୁଜିୟମ ଆନନ୍ଦ ଭବନକୁ ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ କରିଥିଲେ । ଏହା ଉପରେ ରାଷ୍ଟ୍ରପତି ଶ୍ରୀ କୋବିନ୍ଦ ସହମତି ପ୍ରକାଶ କରିଥିଲେ ।