ଭୁବନେଶ୍ୱର : କାଳବୈଶାଖୀ ନେଇ ୧୭ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ବର୍ଷାବେଳେ କୁଆପଥର ମାଡ଼ ହେବା ସମ୍ଭାବନା ରହିଛି। ଏଥିସହ ୫୦ରୁ ୬୦ କିମି ବେଗରେ ପବନ ବହିବ।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କାଳବୈଶାଖୀ ନେଇ ସତର୍କ ସୂଚନା ଜାରି କରାଯାଇଛି। ଆଜି ଦିନ ଗୋଟାଏ ଯାଏଁ ୧୭ ଜିଲ୍ଲାବାସୀଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ସେହି ଜିଲ୍ଲା ଗୁଡ଼କ ହେଉଛି ନୂଆପଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ବାଲେଶ୍ୱର,ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର ଓ ମାଲକାନଗିରି।