୨୦ରୁ ମାଟ୍ରିକ୍ ଖାତାଦେଖା

0
975
matric-exam
matric-exam

ଭୁବନେଶ୍ୱର: ୨୦ରୁ ମାଟ୍ରିକ ପରୀକ୍ଷା ଖାତାଦେଖା ଆରମ୍ଭ ହେବ । ୫୭ଟି ମୂଲ୍ୟାୟନ କେନ୍ଦ୍ରରେ ୧୩,୨୮୦ ଜଣ ଶିକ୍ଷକ ଖାତା ଦେଖିବେ । ୨ ସପ୍ତାହ ମଧ୍ୟରେ ଖାତାଦେଖା ଶେଷ ହେବ ବୋଲି ବୋର୍ଡ ସଭାପତି ଜାହାନ ଆରା ବେଗମ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ୨୩ରୁ ଆରମ୍ଭ ହୋଇଥିବା ମାଟ୍ରିକ୍ ପରୀକ୍ଷା ୮ରେ ଶେଷ ହେବ । ଚଳିତ ଥର ବୋର୍ଡର ୫,୯୦,୬୩୬୦, ରାଜ୍ୟ ମୁକ୍ତ ବିଦ୍ୟାଳୟର ୧୩,୯୭୮ ଏବଂ ମଧ୍ୟମାର ୩,୭୧୫ ଏହିପରି ସମୁଦାୟ ୬,୦୮,୦୫୩ ଜଣ ଛାତ୍ର ଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଉଛନ୍ତି । ସେମାନଙ୍କ ପାଇଁ ସମୁଦାୟ ୨୮୧୮ ଟି ପରୀକ୍ଷା କେନ୍ଦ୍ର, ୩୦୨ ଟି ନୋଡାଲ୍ ସେଂଟର ଏବଂ ୫୭ ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଛି ।