୨୦୨୨ ସୁଦ୍ଧା ନିୟନ୍ତ୍ରଣ ହେବ ତାପଜ ବିଦ୍ୟୁତ କେନ୍ଦ୍ର ପ୍ରଦୂଷଣ

0
968
pollution
pollution

ନୂଆଦିଲ୍ଲୀ : ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କାମ କରିବା ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ୨୦୨୨ ସୁଦ୍ଧା ଲକ୍ଷ୍ୟ ହାସଲ କରାଯିବ ବୋଲି ଜଣାପଡ଼ିଛି ।

ତାପଜ ବିଦ୍ୟୁତ କେନ୍ଦ୍ର ପରିବେଶ ପ୍ରଦୂଷଣ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଛି । ଭାରତର ୬୦ ପ୍ରତିଶତ ବିଦ୍ୟୁତ ତାପଜ ବିଦ୍ୟୁତ କେନ୍ଦ୍ରରୁ ଉତ୍ପନ୍ନ ହେଉଛି । ୨୦୨୨ ସୁଦ୍ଧା ତାପଜ ବିଦ୍ୟୁତ କେନ୍ଦ୍ର ଗୁଡ଼ିକ ପ୍ରଦୂଷଣ ନିୟନ୍ତ୍ରଣ ହେବ ବୋଲି କେନ୍ଦ୍ର ସୁପ୍ରିମକୋର୍ଟଙ୍କୁ କହିଛି ।  ଜଷ୍ଟିସ ମଦନ ବି ଲୋକୁର ଓ ଜଷ୍ଟସ ଦୀପକ ଗୁପ୍ତାଙ୍କ ଦ୍ୱାରା ଗଠିତ ଏକ ଖଣ୍ଡପୀଠରେ ପୂର୍ବରୁ କୁହାଯାଇଥିଲା ଯେ, ୨୦୧୭ ଡିସେମ୍ବର ସୁଦ୍ଧା ପ୍ରଦୂଷଣର ପ୍ରତିଷେଧକ ବ୍ୟବସ୍ଥା କରାଯାଉ । ଏହି ଆଧାରରେ ପରିବେଶ ଓ ଜଳବାୟୁ ମନ୍ତ୍ରାଳୟ ପକ୍ଷରୁ ଏକ ସତ୍ୟପାଠରେ କୁହାଯାଇଛି ଯେ, ୨୦୨୨ ସୁଦ୍ଧା ତାପଜ ବିଦ୍ୟୁତ କେନ୍ଦ୍ର ଗୁଡ଼ିକ ପ୍ରଦୂଷଣ ନିୟନ୍ତ୍ରଣ ହେବ ।

ମନ୍ତ୍ରାଳୟ କହିଛି ବାୟୁ ପ୍ରଦୂଷଣ ଦିଗରେ ତାପଜ ବିଦ୍ୟୁତ କେନ୍ଦ୍ର ଗୁଡ଼ିକର ବିରାଟ ଭୂମିକା ରହୁଛି । ମନ୍ତ୍ରାଳୟ ପକ୍ଷରୁ ବିଳମ୍ବରେ କୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି । ଶକ୍ତି ମନ୍ତ୍ରାଳୟ ପକ୍ଷରୁ ୭ ବର୍ଷ ପାଇଁ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି । ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କାମ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଥିବା ବେଳେ ୨୦୨୨ ସୁଦ୍ଧା ଲକ୍ଷ୍ୟ ହାସଲ କରାଯିବ ବୋଲି ଜଣାପଡ଼ିଛି ।