୨୧ରେ ପୁତିନ- ମୋଦୀ ଭେଟ

0
1072
modi-putin
modi-putin

ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ମଧ୍ୟରେ ମେ ୨୧ରେ ରୁଷର ସୋଚିରେ ଅନୌପଚାରିକ ଶିଖର ବୈଠକ ହେବ। ଉଭୟ ନେତା ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିବେ।

ଗତ ମାସରେ ଚୀନର ରାଷ୍ଟ୍ରପତି ସି ଚିନପିଙ୍ଗଙ୍କ ସହିତ ଉହାନରେ ଅନୌପଚାରିକ ଶିଖର ବୈଠକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହିତ ଅନୌପଚାରିକ ବୈଠକ କରିବେ। ପ୍ରଧାନମନ୍ତ୍ରୀ ମୋଦୀ ଓ ରୁଷ ରାଷ୍ଟ୍ରପତିଙ୍କ ମଧ୍ୟରେ ଏହି ସାକ୍ଷାତ ମେ ୨୧ରେ ରୁଷର ସୋଚିରେ ହେବ। ଉଭୟ ନେତାଙ୍କ ମଧ୍ୟରେ ହେବାକୁ ଏହି ଅନୌପଚାରିକ ଶିଖର ବୈଠକ ଦୁଇ ଦେଶ ମଧ୍ୟରେ ନିୟମତି ଭାବେ ହେଉଥିବା ଉଚ୍ଚସ୍ତରୀୟ ବାର୍ତ୍ତାଳପର ପରମ୍ପରା ଆଧାରରେ ହେବ। ଉଭୟ ନେତା ଅନ୍ତରାଷ୍ଟ୍ରୀୟ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା କରିବେ। ଏହା ବ୍ୟତୀତ ଉଭୟ ନେତା ଦ୍ଵିପାକ୍ଷିକ ପ୍ରସଙ୍ଗ ଏବଂ ରାଷ୍ଟ୍ରୀୟ ବିକାଶ ଦୃଷ୍ଟିରୁ ମହତ୍ଵପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଏହି ବୈଠକ ମାଧ୍ୟମରେ ମୋଦୀ ରୁଷ ସହ ଥିବା ଭାରତର ପୁରୁଣା ସଂପର୍କକୁ ଜାରି ରଖିବାକୁ ଚେଷ୍ଟା କରିବେ।

ଉଲ୍ଲେଖଯୋଗ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଗତ ମାସରେ ୨୭ ଓ ୨୮ ତାରିଖରେ ଚୀନ ଗସ୍ତ କରିଥିଲେ। ସେ ଚୀନର ଉହାନ ସହରରେ ଚୀନ ରାଷ୍ଟ୍ରପତି ସି ଚିନପିଙ୍ଗଙ୍କ ସହିତ ଅନୌପଚାରିକ ଶିଖର ବୈଠକରେ ଯୋଗ ଦେଇଥିଲେ। କୌଣସି ପ୍ରକାରର ଅପୌଚାରିକ ରାଜିନାମା ହୋଇନଥିଲେ ମଧ୍ୟ ଡୋକଲାମରେ ସୈନ୍ୟ ଗତିରୋଧ ପରେ ଦୁଇ ଦେଶ ମଧ୍ୟରେ ଥିବା ତିକ୍ତତା କମ କରିବା ଦୃଷ୍ଟିରୁ ଏହି ବୈଠକ ବହୁତ ମହତ୍ଵପୂର୍ଣ୍ଣ ରହିଥିଲା।