୨୧ରେ ଶପଥ ନେବେ କୁମାରସ୍ଵାମୀ

0
889
kumarswamy cm of karnataka
kumarswamy cm of karnataka

ବେଙ୍ଗାଲୁରୁ : ମେ ୨୧ ସୋମବାର ଦିନ ମୁଖ୍ୟମନ୍ତ୍ରୀ ପଦ ଶପଥ ନେବେ ଜେଡିଏସ ନେତା ଏଚ.ଡି. କୁମାରସ୍ଵାମୀ। ମୁଖ୍ୟମନ୍ତ୍ରୀ ପଦରୁ ବିଏସ ୟେଦୁରପ୍ପାଙ୍କ ଇସ୍ତଫା ପରେ ଜେଡିଏସ ନେତା  କୁମାରସ୍ଵାମୀ ଶନିବାର ସନ୍ଧ୍ୟାରେ କର୍ଣ୍ଣାଟକର ରାଜ୍ୟପାଳ ଭଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଥିଲେ।

କୁମାରସ୍ଵାମୀଙ୍କୁ ରାଜ୍ୟପାଳ ବହୁମତ ସାବ୍ୟସ୍ତ  ପାଇଁ ୧୫ ଦିନର ସମୟ ଦେଇଛନ୍ତି। ସେ ସୋମବାର ମୁଖ୍ୟମନ୍ତ୍ରୀ ପଦର ଶପଥ ନେବେ। ରାଜ୍ୟପାଳଙ୍କୁ ଭେଟିବା ପରେ କୁମାରସ୍ଵାମୀ ମିଡିଆକୁ କହିଛନ୍ତି ଯେ ବହୁମତ ସାବ୍ୟସ୍ତ ପାଇଁ ଆମ ପାଖରେ ପର୍ୟ୍ୟାପ୍ତ ବିଧାୟକ ଅଛନ୍ତି ଏବଂ ସବୁ ବିଧାୟକ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବେ। ସମସ୍ତଙ୍କ ସହ ଆଲୋଚନା ପରେ ମନ୍ତ୍ରିମଣ୍ଡଳର ଗଠନ କରାଯିବ। ସେ କହିଛନ୍ତି ରାଜ୍ୟପାଳଙ୍କ ପକ୍ଷରୁ ଡକାଯିବା ପରେ ଆମେ ସରକାର ଗଠନ ପାଇଁ ଦାବି ଉପସ୍ଥାପନ କଲୁ। ସୋମବାର ୧୨ଟାରୁ ୧ଟା ଭିତରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହେବ। ଏଥିରେ ସମସ୍ତ  ଆଞ୍ଚଳିକ ଦଳର ନେତାଙ୍କୁ ନିମନ୍ତ୍ରଣ କରାଯାଇଛି।

କଂଗ୍ରେସ ନିର୍ବାଚନ ପରିଣାମ ସାମ୍ନାକୁ ଆସିବା ପରେ ପରାଜୟ ସ୍ଵୀକାର କରି ନେଇଥିଲା ଏବଂ ସରକାର ଗଠନ ପାଇଁ ଜେଡିଏସ ସହିତ ସଂପର୍କ କରିଥିଲା।  ଏହା ପରେ ଉଭୟ ଦଳ ମଧ୍ୟରେ ମେଣ୍ଟ ହୋଇଥିଲା। ଉଭୟ ଦଳ କୁମାରସ୍ଵାମୀଙ୍କୁ ମୁଖ୍ୟମନ୍ତ୍ରୀ କରିବା ନେଇ ମଧ୍ୟ ସହମତି ପ୍ରକାଶ କରିଥିଲେ। ଆଜି ୟେଦୁରପ୍ପାଙ୍କ ଇସ୍ତଫା ପରେ ନିର୍ବାଚନ ଫଳାଫଳ ପରେ ରାଜ୍ୟରେ ଜାରି ରାଜନୈତିକ ଡ୍ରାମା ଉପରେ ଯବନିକା ପଡିଛି। ତୃଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ କୁମାରସ୍ଵାମୀଙ୍କୁ କର୍ଣ୍ଣାଟକରେ କ୍ଷମତା ପରିବର୍ତ୍ତନ ପାଇଁ ଅଭିନନ୍ଦନ ଜଣାଇଛନ୍ତି। କୁମାରସ୍ଵାମୀ ମଧ୍ୟ ଟ୍ଵିଟରେ ମମତାଙ୍କୁ ସୋମବାର ନିଜର ଶପଥ ଗ୍ରହଣ ସମାରୋହରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। ଜେଡିଏସ ନେତା ଏଚଡି କୁମାରସ୍ଵାମୀ ଶନିବାର ସନ୍ଧ୍ୟାରେ କର୍ଣ୍ଣାଟକର ରାଜ୍ୟପାଳ ଭଜୁଭାଇ ବାଲାଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଉପସ୍ଥାପନ କରିଛନ୍ତି।  ବିଜେପି ଗୃହରେ ବହୁମତ ସାବ୍ୟସ୍ତ ପାଇଁ ୧୧୨ ବିଧାୟକଙ୍କ ସମର୍ଥନ ଯୋଗାଡ଼ କରିବା ବହୁତ ବଡ଼ ଚ୍ୟାଲେଞ୍ଜ ଥିଲା। ଘୋଡ଼ା ବେପାର ହେବା ମଧ୍ୟ ଯଥେଷ୍ଟ ସମ୍ଭାବନା ଥିଲା। ମାତ୍ର କଂଗ୍ରେସ-ଜେଡିଏସ ନିଜର ଜଣ ଜଣ କରି ସବୁ ବିଧାୟକଙ୍କ ଉପରେ କଡ଼ା ନଜର ରଖିଥିଲା ଏବଂ ପୁରା ମାମଲା ଉପରେ ସୁପ୍ରିମକୋର୍ଟ ନଜର ରଖିଥିଲା। ଏହି ପରି କଂଗ୍ରେସ-ଜେଡିଏସ ନିଜର ବିଧାୟକଙ୍କୁ ନିଜ ପାଖରେ ରଖି ୟେଦୁରପ୍ପାଙ୍କୁ ଇସ୍ତଫା ଦେବାକୁ ବିବଶ କରିଛି। ଏହି ପରି କଂଗ୍ରେସ-ଜେଡିଏସର ରଣନୀତି ସଫଳ ହୋଇଛି।