୨୨ରେ ବିଜେଡିର ମହାନଦୀ ମହାସମ୍ମିଳନୀ

0
858
amar satpathy
amar satpathy
ଭୁବନେଶ୍ୱର :  ୧୫ ତାରିଖ ନୁହେଁ ୨୨ରେ ବିଜେଡିର ମହାନଦୀ ମହାସମ୍ମିଳନୀ ହେବବୋଲି  ଶାସକ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି।
ମହାନଦୀ ଓଡିଶା ରାଜ୍ୟ ପାଇଁ ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାବେଳେ ଏହାର ସୁରକ୍ଷାକୁ ନେଇ ଆସନ୍ତାକାଲି ବିଜେଡି ପକ୍ଷରୁ ମହାନଦୀ ମହାସମ୍ମିଳନୀ ହେବାର ସ୍ଥିର ହୋଇଥିଲା । ମାତ୍ର ଏହାକୁ ୧୫ ତାରିଖରୁ ୨୨ ତାରିଖକୁ ଘୁଞ୍ଚାଇ ଦିଆଯାଇଥିବା ନେଇ ଶନିବାର ଶାସକ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ ସୂଚନା ଦେଇଛନ୍ତି। ଏହି ମହାସମ୍ମିଳନୀରେ ମହାନଦୀ ଅବବାହିକାର ୧୫ଟି ଜିଲ୍ଲାର ଲୋକ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।   ସେହିପରି ଆସନ୍ତା ୧୬ ତାରିଖ ଅର୍ଥାତ ସୋମବାର କୋଲକାତାରେ ଆନ୍ତଃରାଜ୍ୟ ଜଳବିବାଦ ବୈଠକ ଅନୁଷ୍ଠିତ ହେବାର ସ୍ଥିର ହୋଇଥିବା ବେଳେ ୫ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏହି ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। କଲିକତାରେ ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ ନାହିଁ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବରେ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେବେ।
mahanadi

ପ୍ରକାଶ ଯେ, ଆସନ୍ତା ୨୨ରେ ହେବାକୁ ଥିବା ବିଜେଡ଼ିର ମହାନଦୀ ମହାସମ୍ମିଳନୀ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟରେ ହେବାର ସ୍ଥିର ହୋଇଥିବା ବେଳେ ଏଥିପାଇଁ ଆସନ୍ତାକାଲି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ। ଏହି ସମ୍ମିଳନୀରେ ମହାନଦୀ ଅବବାହିକାରେ ଥିବା ୧୫ଟି ଜିଲ୍ଲାର ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ଜିଲ୍ଲା ପରିଷଦ ଅଧ୍ୟକ୍ଷ, ବ୍ଲକ ଓ ନଗର ସଭାପତି ଯୁବ ଛାତ୍ର ମହିଳା ରାଜ୍ୟ ସଭାପତି ଏବଂ ବିଜୁ ଜନତା ଦଳର ରାଜ୍ୟ କର୍ମକର୍ତାମାନେ ଯୋଗଦେବେ।ଏଥିରେ ମହାନଦୀ ପ୍ରଭାବିତ ୧୫ଟି ଜିଲ୍ଲାର ସମସ୍ତ ଲୋକପ୍ରତିନିଧି ଏକତ୍ର ହେବେ । ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସିଧାସଳଖ ଆଲୋଚନା କରିବେ ଏବଂ ମହାନଦୀ ଉପର ମୁଣ୍ଡରେ ଛତିଶଗଡ ବନ୍ଧ ବାନ୍ଧିବା ଫଳରେ ଏସବୁ ଜିଲ୍ଲାରେ ଜଳ ଶ୍ରୋତ କମିବା ଦ୍ୱାରା କି ପ୍ରଭାବ ପଡିବ ତାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇବେ ବୋଲି ଅମର ପ୍ରସାଦ ଶତପଥୀ ପ୍ରକାଶ କରିଛନ୍ତି ।