୨୫ରେ ବନ୍ଦ ରହିବ ରାଜ୍ୟର ଘରୋଇ ହସ୍ପିଟାଲ ଓ ନର୍ସିଂହୋମ

0
882
pvt medical
pvt medical

ଭୁବନେଶ୍ୱର : ଆସନ୍ତା ୨୫ ତାରିଖରେ ରାଜ୍ୟର ସମସ୍ତ ଘରୋଇ ସେବା ବନ୍ଦ ରଖାଯିବାର ନିଷ୍ପତି ନିଆଯାଇଛି ।ସରକାର ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ ଆଣିବା ସହ ଏକ ପ୍ରତୀକ ଧର୍ମଘଟ କରିବାକୁ ଫରୋମର ସଦସ୍ୟମାନେ ନିଷ୍ପତି ନେଇଛନ୍ତି।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଘରୋଇ ହସ୍ପିଟାଲ ଓ ନର୍ସିଂହୋମର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିବାବେଳେ ସରକାର ଘରୋଇ ହସ୍ପିଟାଲ ଓ ନର୍ସିଂହୋମକୁ ଅଣଦେଖା କରିଥିବା ଅଭିଯୋଗ ଆଣିଛି ଅଲ୍ ଓଡିଶା ପ୍ରାଇଭେଟ ମେଡିକାଲ ଏଷ୍ଟାବ୍ଲିଂସମେଂଟ ଫୋରମ। ତେବେ ଗତକାଲି ସରକାରଙ୍କ ସହ ଆଲୋଚନା ବିଫଳ ହେବା ପରେ ଆସନ୍ତା ୨୫ ତାରିଖରେ ରାଜ୍ୟର ସମସ୍ତ ଘରୋଇ ସେବା ବନ୍ଦ ରଖାଯିବାର ନିଷ୍ପତି ନିଆଯାଇଛି । ଘରୋଇ ସ୍ୱାସ୍ଥ୍ୟସେବା ଉପରେ କ୍ଲିନିକାଲ ଏଷ୍ଟାବ୍ଲିଂସମେଂଟ ଆକ୍ଟକୁ ସଂଶୋଧନ କରି ଏଥିରେ ଅଗ୍ନିଶମ ସୁରକ୍ଷା, ବର୍ଜ୍ୟବସ୍ତୁ ପରିଚାଳନା , କର୍ମଚାରୀ ଗଣତି, ବହୁବିଧ ଟିକସବ୍ୟବସ୍ଥା ଭଳି ଅନେକ ନିୟମକୁ କୌଣସି ମାପଦଣ୍ଡ ନ ରଖି ଲଦି ଦିଆଯାଇଥିବା ଅଭିଯୋଗ ଆଣିଛି ଫୋରମ । ଏଭଳି ମନମୁଖୀ ନିୟମକୁ ଫୋରମ ବିରୋଧ କରିବା ସହ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଥିଲା । ମାତ୍ର ସରକାର ସମସ୍ୟାକୁ ଅଣଦେଖା କରୁଥିବା ଅଭିଯୋଗ ଆଣିବା ସହ ମେ ୨୫ରେ ଏକ ପ୍ରତୀକ ଧର୍ମଘଟ କରିବାକୁ ଫରୋମର ସଦସ୍ୟମାନେ ନିଷ୍ପତି ନେଇଛନ୍ତି। ସୂଚନାନୁଯାୟୀ, ଏହି ଦିନ ରାଜ୍ୟର ପ୍ରାୟ ୯ ଶହ ଘରୋଇ ମେଡିକାଲ ଓ ନର୍ସିଂହୋମ ବନ୍ଦ ରହିବା। ତେବେ ବନ୍ଦ ସମୟରେ ସ୍ୱାସ୍ଥ୍ୟସେବା ପ୍ରଭାବିତ ହେବାର ସମ୍ଭାବନା ରହିଥିବା ବେଳେ ଫୋରମର କର୍ମଚାରୀମାନେ ଏଥିପାଇଁ ଆଗୁଆ ଦୁଃଖପ୍ରକାଶ କରିଛନ୍ତି।