ଗୋଲ୍ଡକୋଷ୍ଟ : ଏୟାର ରାଇଫଲ୍ ପ୍ରତିଯୋଗିତାରେ ହୀନା ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି । ଅଷ୍ଟ୍ରେଲିଆର ଏଲେନା ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଓ ମାଲେସିଆର ଆଲିଆ ସଜାନା ଆଜହାରୀ କାଂସ୍ୟ ପଦକ ଜିତିଛନ୍ତି ।
ଗୋଲ୍ଡକୋଷ୍ଟରେ ଚାଲିଥିବା କମନୱେଲ୍ଥ ଗେମ୍ସରେ ଭାରତୀୟ ଖେଳାଳୀ ଚମତ୍କାର ପ୍ରଦର୍ଶନ ଜାରି ରହିଛି । ୨୫ ମିଟର୍ ଏୟାର ରାଇଫଲ୍ ପ୍ରତିଯୋଗିତାରେ ହୀନା ଲକ୍ଷ୍ୟଭେଦ କରି ଭାରତକୁ ଆଉ ଏକ ସ୍ୱର୍ଣ୍ଣ ପଦକ ଭେଟି ଦେଇଛନ୍ତି । ହୀନାଙ୍କ ଫାଇନାଲ ରାଉଣ୍ଡ ସ୍କୋର ୩୮ ରହିଛି । ଏଥିରେ ଅଷ୍ଟ୍ରେଲିଆର ଏଲେନା ଦ୍ୱିତୀୟ ସ୍ଥାନରେ ରହି ରୌପ୍ୟ ଓ ମାଲେସିଆର ଆଲିଆ ସଜାନା ଆଜହାରୀ କାଂସ୍ୟ ପଦକ ଜିତିଛନ୍ତି । କମନୱେଲ୍ଥ ଗେମ୍ରେ ଏହା ହୀନାଙ୍କ ତୃତୀୟ ପଦକ । ଗତ ୨୦୧୦ କମନୱେଲ୍ଥରେ ହୀନା ଯୁଗଳ ବର୍ଗରେ ସ୍ୱର୍ଣ୍ଣ ଓ ଏକାକୀ ରୋପ୍ୟ ଜିତିଥିଲେ । ସେହିପରି ୨୦୧୪ ଗ୍ଲାସଗୋ ରାଜ୍ୟ ଗୋଷ୍ଠୀ କ୍ରୀଡ଼ାରେ ୧୦ ମିଟର୍ ଏୟାର ପିସ୍ତଲ ରାଉଣ୍ଡରେ ସପ୍ତମ ସ୍ଥାନରେ ରହିଥିଲେ ।
ତେବେ ଏହାକୁ ମିଶାଇ ଭାରତର ପଦକ ସଂଖ୍ୟା ୨୦କୁ ବୃଦ୍ଧି ପାଇ ତାଲିକାର ତୃତୀୟ ସ୍ଥାନରେ ରହିଛି । ଭାରତକୁ ଏ ପର୍ୟ୍ୟନ୍ତ ୧୧ଟି ସ୍ୱର୍ଣ୍ଣ, ୪ ରୌପ୍ୟ ଓ ୫ କାଂସ୍ୟ ପଦକ ମିଳିଛି । କିନ୍ତୁ ଅନ୍ୟପକ୍ଷରେ ୫୦ ମିଟର୍ ଏୟାର ରାଇଫଲ୍ ପୁରୁଷ ବର୍ଗରେ ଗଗନ ନାରଙ୍ଗ ଓ ଚୈନ ସିଂହ ନିରାଶ ହୋଇଛନ୍ତି ।