୨୬ରେ ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ

0
828
pm modi
pm modi
ଭୁବନେଶ୍ୱର :  ଆସନ୍ତା ୨୬ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।  ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ତାଙ୍କର ଏହି ଗସ୍ତ ଥିବା ବେଳେ ଏହାକୁ ନେଇ ଉତ୍ସାହିତ ହୋଇପଡିଛି ରାଜ୍ୟ ବିଜେପି  ।
 ବିଜେପି  ଏବେ ଫୋକସରେ ଓଡିଶା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ମିଶନ ୧୨୦ ସଫଳ କରିବା ପାଇଁ ଦଳ ଆରମ୍ଭ କରିଦେଇଛି କାଉଣ୍ଟଡାଇଉନ । ଏହି ପରିପ୍ରେକ୍ଷୀରେ ଆସନ୍ତା ୨୬ ତାରିଖରେ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପାରାଦ୍ୱୀପ, ବାଲେଶ୍ୱର ଓ ବରଗଡରେ ସମାବେଶ କରିସାରିଥିବା ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଏବେ ରହିଛି ଐତିହାସିକ କଟକ ସହର  । ଏଠାରେ ଉଲେଖଯୋଗ୍ୟ ଯେ ଓଡିଶାରେ ସରକାର ଗଢିବା ସହ ମିଶନ ୧୨୦ର ନାରା ଦେଇଥିଲେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଏଥିପାଇଁ ସେ ବାରମ୍ବାର ଓଡିଶା ଗସ୍ତରେ ଆସି ସଙ୍ଗଠନରେ ସଜାଡିବାରେ ଲାଗିଛନ୍ତି  । ନିକଟରେ ଶାହା ପଶ୍ଚିମଓଡିଶା ଗସ୍ତରେ ଦୁଇଦିନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେଇ ସଙ୍ଗଠନକୁ ମଜଭୂତ କରିବାପାଇଁ କର୍ମୀମାନଙ୍କୁ ଗୁରୁମନ୍ତ୍ରୀ ଦେଇଥିଲେ  । ଶାହାଙ୍କ ପରେ ଏବେ ଆସୁଛନ୍ତି ପ୍ରଧାନମନ୍ତ୍ରୀ  । ସରକାରଙ୍କ ବର୍ଷ ପୂର୍ତ୍ତି ଉପଲକ୍ଷେ ତାଙ୍କର ଏହି ଗସ୍ତ ଥିବା ବେଳେ ଏହାକୁ ନେଇ ଉତ୍ସାହିତ ହୋଇପଡିଛି ରାଜ୍ୟ ବିଜେପି  ।

ଅନ୍ୟପଟେ ମିଶନ ଓଡିଶା ପାଇଁ କେନ୍ଦ୍ର ବିଜେପି ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି  ।  ସେହି କ୍ରମରେ ଆଜି ରାଜ୍ୟ ବିଜେପିର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଛି  । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଏବେ ସକ୍ରିୟ ହୋଇପଡିଛି ରାଜ୍ୟ ବିଜେପି  ।