୨୭ ଲକ୍ଷ ଲୁଟି ନେଲେ ଦୁର୍ବୃତ

0
1077
robbery
robbery
କଟକ : ଜଗତପୁର ଅଂଚଳରେ  ଆଜି  ସ୍ପଷ୍ଟ ଦିବାଲୋକରେ ୨୭ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ । ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି ।  ସିସିଟିଭି ଫୁଟେଜ ଜାଂଚ କରି ଅଭିଯୁକ୍ତଙ୍କୁ ଧରିବା ବାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କହିଛନ୍ତି ଜଗତପୁର ଆନାଧିକାରୀ ।
ଗୋଟିଏ ପଟେ କଟକ କମିଶନରେଟ ପୋଲିସର ମାରାଥନ ଏନକାଉଂଟର ଏବଂ ଅନ୍ୟପଟେ ପୋଲିସକୁ ଚ୍ୟାଲେଂଜ ଦେଇ ଅପରାଧୀଙ୍କ ବେଧଡକ ଅପରାଧ । ପୋଲିସ ଆଖିରେ ଆଙ୍ଗୁଠି ଗେଂଜି ସ୍ପଷ୍ଟ ଦିବାଲୋକରେ ୨୭ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ ।  ଆଜି ଜଗତପୁର ଅଂଚଳରେ ଦେଖାଯାଇଛି ଏହି ଅଭାବନୀୟ ଘଟଣା ।

ସୂଚନାମୁତାବକ,ଜଣେ ଘରୋଇ କଂପାନୀର କର୍ମଚାରୀ ଅପରାହ୍ନରେ ୩ଟି ବ୍ୟାଙ୍କରୁ ଟଙ୍କା ଉଠାଇ ଅଫିସକୁ ନେଉଥିଲେ । ଏହି ସମୟରେ ଦୁଇ ଜଣ ଦୁର୍ବୃତ ତାଙ୍କୁ ଭୁଜାଲିରେ ହାଣି ଟଙ୍କା ଭର୍ତି ବ୍ୟାଗ ନେଇ ଚଂପଟ ମାରିଥିଲେ । ସବୁଠୁ ବଡକଥା ହେଉଛିକି ଜଗତପୁରସ୍ଥିତ ଆହ୍ଲାବାଦ ବ୍ୟାଙ୍କ ସାମ୍ନାରୁ ଏହି ଲୁଟ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଂଚି ଛାନଭିନ ଆରମ୍ଭ କରିଛି । ଯେପରି ଲୁଟେରା ମାନେ ସହର ବାହାରକୁ ନ ଯାଇପାରନ୍ତି ସେଇଥିପାଇଁ ଅନ୍ୟ ଥାନାକୁ ମଧ୍ୟ ସୂଚନା ଦିଆଯାଇଛି । ସିସିଟିଭି ଫୁଟେଜ ଜାଂଚ କରି ଅଭିଯୁକ୍ତଙ୍କୁ ଧରିବା ବାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବା କହିଛନ୍ତି ଜଗତପୁର ଆନାଧିକାରୀ ।