୨ ଡକାୟତ ଗିରଫ, ୧ ଲକ୍ଷ ଟଙ୍କା ଜବତ

0
932

ଭୁବନେଶ୍ୱର: ପେଟ୍ରୋଲ ପମ୍ପରୁ ଡକାୟତୀ କରିବା ଅଭିଯୋଗରେ ଖାରବେଳନଗର ଥାନା ପୁଲିସ ୨ଜଣଙ୍କୁ ଗିରଫ କରିଛି । ୨ଦିନ ତଳେ ଡକାୟତମାନେ ରାମନ୍ଦିର ପାଖରେ ଥିବା ପେଟ୍ରୋଲ ପମ୍ପକୁ ଟାର୍ଗେଟ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ବାଲିଅନ୍ତାର ଅଜୟ ବେହେରା ଓ କାଳନ୍ଦୀ ସାହୁ । ଏମାନଙ୍କ ପାଖରୁ ୧ଲକ୍ଷ ୭ହଜାର ଟଙ୍କା ଜବତ ହୋଇଛି । କେବଳ ଏତିକି ନୁହେଁ ମୋବାଇଲ ଫୋନ ସମେତ ଦୁଇଟି ବାଇକ ମଧ୍ୟ ଜବତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ, ଡକାୟତ ଦୁହେଁ ଅନ୍ୟ କେହି ନୁହଁ ଖୋଦ୍ ପେଟ୍ରୋଲ ପମ୍ପ କର୍ମଚାରୀ ବୋଲି ଜଣାପଡିଛି । ସେପଟେ ଏସମ୍ପର୍କରେ ଅଭିଯୋଗ ଆଣିଥିଲେ ପେଟ୍ରୋଲ ପମ୍ପ ମ୍ୟାନେଜର ସୁବାଶ କୁମାର ପଇତାଲ । ତାଙ୍କ କହିବା ଅନୁସାରେ, ୫ ତାରିଖ ରାତିରେ ଘରକୁ ଯାଇଥିବା ବେଳେ ପେଟ୍ରୋଲ ପମ୍ପ କ୍ୟାସ ବାକ୍ସରୁ ୧ଲକ୍ଷ ୧୫ହଜାର ଟଙ୍କା ଲୁଟ ହୋଇଥିଲା । ଲାଗିଥିବା ସିସିଟିଭିକୁ ଯାଞ୍ଚ କରି ପୁଲିସ ଉଭୟଙ୍କୁ ଗିରଫ କରିଛି ।