+୨ ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ବ୍ୟାପକ ଭଙ୍ଗାରୁଜା

0
951
Students-Ransack-College
Students-Ransack-College
ବୌଦ୍ଧ: +୨ ପରୀକ୍ଷା ଦେବାରୁ ବଞ୍ଚିତ ହେବାରୁ ବୌଦ୍ଧ ଜିଲ୍ଲା ବାଉଁଶୁଣି ସ୍ଥିତ ସଂସ୍କାର ଜୁନିୟର ମହାବିଦ୍ୟାଳୟରେ କଲେଜ ଛାତ୍ରଛାତ୍ରୀମାନେ କଲେଜର ଅଫିସ କାଗଜପତ୍ର, ଜିନିଷ, କମ୍ପ୍ୟୁଟର, ଶ୍ରେଣୀଗୃହ ଟେବୁଲ, ଚେୟାର, ଆସବାବପତ୍ର ଭଙ୍ଗାରୁଜା କରିଥିବା ସୂଚନା ମିଳିଛି।

 ସୂଚନା ଅନୁଯାୟୀ, ଚଳିତ ବର୍ଷ +୨ପରୀକ୍ଷା ଦେବାପାଇଁ କଲେଜର ସମସ୍ତ ୫୦ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିଥିଲେ। ପରୀକ୍ଷା ପୂର୍ବରୁ ସେମାନଙ୍କୁ ଆଡମିଟ୍ କାର୍ଡ ମିଳିନଥିଲା।  ମାର୍ଚ୍ଚ ୬ ତାରିଖରେ ଅନୁଷ୍ଠିତ +୨ ପରୀକ୍ଷା ଦେବା ପାଇଁ ସମସ୍ତ ଛାତ୍ରଛାତ୍ରୀ ବିଦ୍ୟାଳୟକୁ ଯାଇଥିଲେ। ମାତ୍ର ଦୁଇ ଦୁଇ ଥର ପରୀକ୍ଷା ସରିବା ପରେ ବି ସେମାନଙ୍କୁ ଆଡମିଟ୍ କାର୍ଡ ଦିଆଯାଇ ନଥିବା ଅଭିଯୋଗ ହୋଇଛି।   ମହାବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଏ ସମ୍ବନ୍ଧରେ ପଚାରିବାକୁ କଲେଜକୁ ଯାଇଥିଲା ବେଳେ ସେଠାରେ କେହି ଉପସ୍ଥିତ ନଥିବା ଓ କଲେଜ ଅଧକ୍ଷ ଫେରାର ଥିବା ଜାଣିବାକୁ ପାଇଥିଲେ। ଏହା ପରେ ଉତ୍ତ୍ୟକ୍ତ ଛାତ୍ରଛାତ୍ରୀ କଲେଜ ରେ ଲାଗିଥିବା ବୋର୍ଡ, ଅଫିସ ଜିନିଷ, କାଚ ଝରକା, ଗେଟ୍, ଶ୍ରେଣୀଗୃହରେ ଥିବା ଚେୟାର ଟେବୁଲକୁ ଭାଙ୍ଗି ଦେଇଛନ୍ତି ।  ଏ ନେଇ ସଂସ୍କାର ଜୁନିୟର କଲେଜର ଛାତ୍ରଛାତ୍ରୀମାନେ କଲେଜ କର୍ତ୍ତୃପକ୍ଷଙ୍କ ବିରୋଧରେ ବାଉଁଶୁଣି ଥାନାରେ ଠକେଇ ଅଭିଯୋଗ ଆଣିଛନ୍ତି। କଲେଜ କର୍ତୃପକ୍ଷ ଫେରାର ଥିବାବେଳେ  ଏ ନେଇ ପୋଲିସ ମାମଲା ରୁଜୁ କରିବା ସହ ଘଟଣାର ଖୋଳତାଡ଼ କରୁଅଛି ।