୩ଟି ନୂଆ ରେଲୱେ ଡିଭିଜନ୍ ପାଇଁ ବିଜେଡି ଦାବି

0
932
bjd mp with rail minister
bjd mp with rail minister

ଭୁବନେଶ୍ୱର :  ଓଡିଶାର ସମଗ୍ର ରେଳପଥକୁ ପୂର୍ବତଟ ରେଳପଥର ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରିଛି ବିଜେଡି । ଓଡିଶାରେ ୩ଟି ଡିଭିଜନ୍ ଖୋଲିବା ପାଇଁ କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେଡି ସାଂସଦ। ସେପଟେ ବିଜେଡିର ଏହି ଦାବିକୁ କେନ୍ଦ୍ର ମନ୍ତ୍ରୀ ଅଗ୍ରାହ୍ୟ କରିଥିବା ଜଣାପଡିଛି।

ରେଳ ବିକାଶକୁ ନେଇ କେନ୍ଦ୍ର-ରାଜ୍ୟ ଟଣାଓଟରା। ପୁଣି ଫୋକସରେ ରେଳ ପ୍ରକଳ୍ପ। ଦାବି ହାସଲ ପାଇଁ କେନ୍ଦ୍ର ବିରୋଧରେ ଲଢେଇ କରିବାକୁ ବିଜେଡିର ସଜବାଜ। ଖାସ୍ ସେଥିପାଇଁ ବିଜେଡି ସାଂସାଦମାନେ ଆଜି କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋୟଲଙ୍କୁ ଭେଟି ଆଲୋନା କରିଛନ୍ତି। ଓଡ଼ିଶାରେ ୩ଟି ନୂଆ ରେଲୱେ  ଡିଭିଜନ୍ ପାଇଁ ବିଜେଡି ଦାବି କରିଛି। ରାଉରକେଲା ଡିଭିଜନ୍, ଯାଜପୁର-କେଉଁଝର ରୋଡ୍ ଡିଭିଜନ୍ ଓ ରାୟଗଡା ଡିଭିଜନ୍ ପାଇଁ କେନ୍ଦ୍ର ଉପରେ ଚାପ ପକାଇଛି ବିଜେଡି। ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିବା ପରେ ଏବେ ସାଂସଦମାନେ ରେଳ ମନ୍ତ୍ରୀଙ୍କୁ ଭେଟି ଏହି ଦାବିକୁ ଦୋହରାଇଛନ୍ତି। ତାହା ସହ ଓଡିଶାର ସମଗ୍ର ରେଳପଥକୁ ପୂର୍ବତଟ ରେଳପଥର ଅନ୍ତର୍ଭୁକ୍ତ କରାଯାଉ ବୋଲି ଦାବି କରିଛି ବିଜେଡି।  ସେପଟେ ରେଳ ପ୍ରକଳ୍ପ ପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ମୁହାଁମୁହିଁ ହୋଇଛନ୍ତି। ରାଜ୍ୟ ସରକାର ଓ ରେଲୱେ ବୋର୍ଡ ଜମି ଅଧିଗ୍ରହଣରେ ବିଳମ୍ବ ପାଇଁ ଓଡିଶାରେ ଚାଲିଥିବା ପ୍ରକଳ୍ପ ବିଳମ୍ବ ହେଉଛି ବୋଲି ଗତ ଡିସେମ୍ବରରେ ରେଲୱେ ବୋର୍ଡ ରାଜ୍ୟ ସରକାରଙ୍କୁ ଦୁଇଟି ଚିଠି ଲେଖିଥିଲା। ଆଉ ଏହାର କଡା ଜବାବ୍ ରଖିଛନ୍ତି ରାଜ୍ୟ ସରକାର।