୩୧ରୁ ଏପ୍ରିଲ ୬ ପର୍ଯ୍ୟନ୍ତ କାଳବୈଶାଖୀ

0
853
storm
storm

ଭୁବନେଶ୍ୱର : ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ୩୧ରୁ ଏପ୍ରିଲ ୬  ପର୍ଯ୍ୟନ୍ତ କାଳବୈଶାଖୀ  ସାଙ୍ଗକୁ ବର୍ଷାର ଆଶଙ୍କା ରହିଛି ।  ଏଥି ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ଜାରି କରାଯାଇଛି ।

ସମଗ୍ର ଓଡ଼ିଶାରେ ଗ୍ରୀଷ୍ମ ଲହରୀ ଜାରି ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ପର୍ଯ୍ୟନ୍ତ ଆହୁରି ଉଦବେଗ ରହିବ ବୋଲି ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛି । ମାର୍ଚ୍ଚ ୩୧ରେ ପାଗରେ ବ୍ୟାପକ ପରିବର୍ତ୍ତନ ଆସିପାରେ । ରାଜ୍ୟର ଉପକୂଳ ଓ ଆଭ୍ୟନ୍ତରୀଣ ଅଞ୍ଚଳରେ କାଳବୈଶାଖୀ ସାଙ୍ଗକୁ ବର୍ଷାର ଆଶଙ୍କା ରହିଛି । ଖୋର୍ଦ୍ଧା, ନୟାଗଡ଼, ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁରର ଗୋଟିଏ ବା ଦୁଇଟି ସ୍ଥାନରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବୋହିବାର ଆଶଙ୍କା କରାଯାଉଛି । ସେହିଭଳି ଏପ୍ରିଲ ୩ରୁ ଉପକୂଳ ଓଡ଼ିଶା ସମେତ କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲାରେ କାଳବୈଶାଖୀ ହୋଇପାରେ ବୋଲି ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରୁଛି । ଏଥି ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ଜାରି କରାଯାଇଛି । ଏପ୍ରିଲ ୬ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇପାରେ ।  ବିଗତ ୨ ଦିନ ମଧ୍ୟରେ ପଶ୍ଚିମ ଓଡ଼ିଶାରେ ଭୀଷଣ ତାପମାତ୍ରା ଅନୁଭୂତ ହୋଇଛି । ଟିଟିଲାଗଡ଼ ଓ ବଲାଙ୍ଗୀର ସମେତ ସୋନପୁରରେ ପାରା ୪୧ ଡିଗ୍ରୀ ପହଞ୍ଚିଛି । ସେହିଭଳି ମାଲକାନଗିରିରେ ୪୦.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।