ରାଜ୍ୟର ୪ଟି ଜିଲ୍ଲାର ଉଦାହରଣ ଦେଇ ଶ୍ରୀ ପ୍ରଧାନ କହିଛନ୍ତି ଯେ ମୟୂରଭଂଜ ଜିଲ୍ଲା ୯ ପ୍ରତିଶତରୁ ୩୫ ପ୍ରତିଶତ, କେନ୍ଦୁଝର ୧୫ ପ୍ରତିଶତରୁ ୪୫ ପ୍ରତିଶତ ଓ ଭଦ୍ରକ ୧୫ ପ୍ରତିଶତରୁ ୭୫ ପ୍ରତିଶତରେ ପହଂଚିଛି। ଏହି ଚାରିଟି ଜିଲ୍ଲାରେ ୨୦୧୪ ମସିହା ସୁଦ୍ଧା ୨ ଲକ୍ଷ ୮୦ ହଜାର ଲୋକଙ୍କ ଘରେ ଏଲପିଜି ଥିବା ବେଳେ ଏବେ ଏହା ୪ ଲକ୍ଷ ୩୦ ହଜାର ବୃଦ୍ଧି ପାଇ ୭ ଲକ୍ଷ ୧୦ ହଜାରରେ ପହଞ୍ଚିଛି। କେବଳ ନୂଆ ଏଲପିଜି ସଂଯୋଗ ନୁହେଁ ଏଲପିଜି ଯୋଗାଣର ଭିତିଭୂମିକୁ ମୋଦି ସରକାର ଓଡିଶାରେ ଦୃଢ କରିଛନ୍ତି । ଏହି ପ୍ରକ୍ରିୟାର ଅଙ୍ଗ ଭାବରେ ବିଦେଶରୁ ପାରାଦୀପ ବନ୍ଦର ଦେଇ ଆସୁଥିବା ଏଲପିଜିକୁ ଆଉ ଟ୍ରକ ଯୋଗେ ସଡକ ପଥରେ ନୁହେଁ ପାଇପ ଯୋଗେ କମ ଖର୍ଚ୍ଚରେ ବାଲେଶ୍ୱର ଅଣାଯିବ ବୋଲି ଦୃଢ ପ୍ରତିଶ୍ରୁତି ଦେଇଛନ୍ତି ଶ୍ରୀ ପ୍ରଧାନ। ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ ବାଲେଶ୍ୱର ଠାରେ ଥିବା ଏଲପିଜି ବଟଲିଂ ପ୍ଲାଂଟର କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି । ପୂର୍ବରୁ ବାଲେଶ୍ୱର ବଟଲିଂ ପ୍ଲାଂଟର କ୍ଷମତା ବାର୍ଷିକ ୬୦ ଲକ୍ଷ ଏଲପିଜି ସିଲିଣ୍ଡର ଭର୍ତି କରିବା ଥିବା ବେଳେ ଏହା ବୃଦ୍ଧି ପାଇ ଏକ କୋଟି ୩୦ ଲକ୍ଷରେ ପହଂଚିଛି । କେବଳ ଏଲପିଜି ନୁହେଁ ଦେଶର ଗରୀବ ମାନେ ମୋଦି ସରକାରଙ୍କର ପ୍ରାଥମିକତା । ପୂର୍ବରୁ ଗରୀବଙ୍କୁ ପକ୍କା ଘର ପାଇଁ ଇନ୍ଦିରା ଆବାସ ଯୋଜନାରେ ଘରର ମୂଲ୍ୟ ୭୦ ହଜାର ଟଙ୍କା ଥିଲା । ଏବେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଏହି ଘରର ମୂଲ୍ୟ ଦେଢ ଲକ୍ଷ ଟଙ୍କା ହୋଇଛି ।
ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ସାଂସଦ ରବିନ୍ଦ୍ର କୁମାର ଜେନା, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଆଇଓସିଏଲର କାର୍ମକର୍ତ୍ତା ଏବଂ ଶହଶହ ସଂଖ୍ୟାରେ ଜନ ସାଧାରଣ ଓ ଅନ୍ୟାନ୍ୟ ନେତୃବୃନ୍ଦ ପ୍ରଭୁତି ଯୋଗ ଦେଇଥିଲେ।