୩ ଜଣଙ୍କୁ ଦଳି ଦେଲା ହାତୀ

0
710
elephant
elephant
କାମାକ୍ଷାନଗର :  ଢେଙ୍କାନାଳ ଓ ନୂଆପଡା ଜିଲ୍ଲାରେ ୩ ଜଣଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି।
ରାଜ୍ୟରେ ଦିନକୁ ଦିନ ହାତୀଙ୍କ ଉତ୍ପାତ ବଢିବାରେ ଲାଗିଛି । ଅନେକ ସମୟରେ ହାତୀ ଆକ୍ରମଣରେ କେହି ନା କେହି ପ୍ରାଣ ହରାଉଥିବା ଦେଖାଯାଉଛି। ଆଜି ଏଭଳି ଅନୁରୂପ ଘଟଣା ଘଟିଛି ଢେଙ୍କାନାଳ ଓ ନୂଆପଡା ଜିଲ୍ଲାରେ। ୩ ଜଣଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଛି। କାମାକ୍ଷାନଗର ମହାବୀରୋଡ ସାନଖଣ୍ଡାନାଳ ଆଶ୍ରମ ନିକଟରେ ହାତୀ ଦଳିଦେବାରୁ ୨ ଜଣ ବାବାଙ୍କ ମୃତ୍ୟୁ ଘଟିଛି। ଗତକାଲି ପ୍ରାୟ ୪୦ରୁ ଅଧିକ ହାତୀ ଜଙ୍ଗଲରୁ ଆସି ଆଶ୍ରମ ନିକଟରେ ରହିଯାଇଥିଲେ। ଆଜି ସକାଳୁ ଆଶ୍ରମର ଦୁଇ ଜଣ ବାବା ନିକଟ ନଦୀ ପଠାକୁ ଶୌଚ ପାଇଁ ଯାଇଥିବା ବେଳେ ସେମାନେ ହାତୀ ଆକ୍ରମଣର ଶିକାର ହୋଇଥିଲେ। ମୃତକ ଦୁଇ ବାବା ବାଡିଆପୁର ଓ ଅନ୍ଧାରିଖୋଲ ଗାଁର ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି। ସେହିପରି ନୂଆପଡ଼ା ଜିଲ୍ଲାରେ ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମଙ୍ଗଳବାର ସକାଳେ କ୍ଷେତକୁ  ଯାଇଥିବା ବେଳେ କରଙ୍ଗଭଟ୍ଟା ଗାଁର ସହଦେବ ରାଗୁଏ ନାମକ ଜଣେ ବ୍ୟକ୍ତିଙ୍କୁ ହାତୀ ଦଳି ଦେବାରୁ ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଛି।