୩ ଟ୍ରାକ୍ଟର ସମେତ ଗୋଟିଏ ଜେସିବି ମେସିନ୍‌ ଜାଳି ଦେଲେ ମାଓବାଦୀ

0
953
Maoist
Maoist
କନ୍ଧମାଳ : ଫୁଲବାଣୀ ବାଲିସାହ ଗାଁରେ ପୁଣି ମାଓ ବର୍ବରତା ଦେଖାଦେଇଛି। ଗତକାଲି ରାତିରେ ପ୍ରାୟ ୪୦ରୁ ୫୦ ମାଓବାଦୀ ସଶସ୍ତ୍ର ଆସି ଳଙ୍କାକାଣ୍ଡ ଘଟାଇଛନ୍ତି।
ପ୍ରଶାସନ ପକ୍ଷରୁ ମାଓ ଦମନ ପାଇଁ ସମୀକ୍ଷା ଦ୍ରୁତ ଗତିରେ ଚାଲିଥିବାବେଳେ ଲାଲବାହିନୀ ଦିନକୁ ଦିନ ସ୍ଥିତି ଜାହିର କରିବା ସହ ହିଂସା ଘଟାଇବାରେ ଲାଗିଛନ୍ତି । କେତେବେଳେ ହତ୍ୟା ତ କେତେବେଳେ ଲ୍ୟାଣ୍ଡମାଇନ ପୁଣି କେତେବେଳେ ଗାଡି ପୋଡି। ଏହିଭଳି କାଣ୍ଡ ଘଟାଇ ଭୟର ବାତାବରଣ ସୃଷ୍ଟି କରିବାରେ ଲାଗିଛି ମାଓ ସଂଗଠନ। ଫୁଲବାଣୀ ବାଲିସାହ ଗାଁରେ ପୁଣି ମାଓ ବର୍ବରତା ଦେଖାଦେଇଛି। ଗତକାଲି ରାତିରେ ପ୍ରାୟ ୪୦ରୁ ୫୦ ମାଓବାଦୀ ସଶସ୍ତ୍ର ଆସି ଳଙ୍କାକାଣ୍ଡ ଘଟାଇଛନ୍ତି। କୁର୍ତୁମଗଡ- ଗୁମୁଡୁମାହାରେ ଚାଲିଥିବା ରାସ୍ତାକାମକୁ ବିରୋଧ କରି ରାସ୍ତାକାମରେ ନିୟୋଜିତ ଥିବା ତିନୋଟି ଟ୍ରାକ୍ଟର ସମେତ ଗୋଟିଏ ଜେସିବି ଓ ଅନ୍ୟ କେତେକ ଯାନବାହାନରେ ନିଆଁ ଲଗାଇ ଦେଇଛନ୍ତି । ଏଥିସହ ଗୁମୁଡୁମାହାରେ ମାଓବାଦୀମାନେ ପୋଷ୍ଟର ଲଗାଇଥିବା ଦେଖାଦେଇଛି। ପୋଷ୍ଟର ମାଧ୍ୟମରେ ରାସ୍ତାକାମକୁ ବିରୋଧ କରିବା ସହ ବିକାଶ ବଦଳରେ ଦମନ କରିବାକୁ ସରକାର ଉଦ୍ୟମ କରୁଥିବା ପୋଷ୍ଟରରେ ଉଲ୍ଲେଖ କରିଛନ୍ତି ।